ମନ୍ତ୍ରୀମାନଙ୍କୁ ଆଇନ ଭାଙ୍ଗିବାର ଅଧିକାର ଅଛି, ନୀତିନ ଗଡକରୀଙ୍କ ବୟାନକୁ ନେଇ ଚର୍ଚ୍ଚା ।

102

କନକ ବ୍ୟୁରୋ: ମନ୍ତ୍ରୀମାନଙ୍କୁ ଆଇନ ଭାଙ୍ଗିବାର ଅଧିକାର ଅଛି । ସେମାନେ ଆଇନ ଭାଙ୍ଗିପାରିବେ । ଅଫିସରମାନେ କେବଳ ହଁ , ଆଜ୍ଞା ତଥା ୟେସ ସାର କହିବା ଉଚିତ । ଏପରି କିଛି ବୟାନ ଦେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କଡ଼ରୀ । ଆମ ମନ ଅନୁଯାୟୀ ଚାଲିବ ସରକାର । ଆମେ ଯାହା କହିବୁ ତାହା ହେବ । ଆମେ ଯାହା କହିବୁ ଅଫିସର ମାନେ ତାହା ଲାଗୁ କରିବେ ।

ନାଗପୁର ଠାରେ ମହାରାଷ୍ଟ୍ରର ୟୁନିଭରସିଟି ହେଲଥ ସାଇନ୍ସ କାର୍ଯ୍ୟକ୍ରମରେ ଯୋଗଦେଇ ନୀତିନ ଗଡ଼କରୀ ଏଭଳି କହିଛନ୍ତି । ଏହା ସହ ସେ ବକ୍ତବ୍ୟରେ କହିଥିଲେ ଆଇନ କେବେ ଗରିବଙ୍କ ପାଇଁ ହେଉଥିବା ଭଲ କାମ ପାଇଁ ବାଧକ ସାଜେ ନାହିଁ । ଗରିବ ଲୋକଙ୍କ ମଙ୍ଗଳ କାମ ପାଇଁ ଆଇନକୁ ୧୦ ଥର ଭାଙ୍ଗିବାକୁ ହେଲେ ମଧ୍ୟ କୁଣ୍ଠାବୋଧ କରିବା ଉଚିତ ନୁହେଁ । ଏହା ସେ ନୁହେଁ ମହାତ୍ମାଗାନ୍ଧୀ କହିଥିଲେ ।

ଗାନ୍ଧିଜୀଙ୍କ ଅନୁସାରେ ଯଦି ଆଇନ ଗରିବ ଲୋକଙ୍କ ବିକାଶ ରାସ୍ତାରେ ବାଧା ସୃଷ୍ଟି କରେ ତେବେ ତାକୁ ଭାଙ୍ଗିବା ବେଆଇନ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରୁହନ୍ତି । କେତେବେଳେ ସରକାରଙ୍କ ବିରୋଧରେ କୁହନ୍ତି ତ କେବେ ନିଜ ସ୍ପଷ୍ଟ ବୟାନକୁ ନେଇ ଦୃଷ୍ଟି ଆକର୍ଷଣ କରନ୍ତି ।