କନକ ବ୍ୟୁରୋ: ଏଥର ଗୃହ ଚାଲିବ ସ୍ୱାଭାବିକ । ଆସନ୍ତାକାଲି ଧାନକିଣା ପ୍ରସଙ୍ଗରେ ଗୃହରେ ଉତ୍ତର ରଖିବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏନେଇ ସର୍ବଦଳୀୟ ବୈଠକ ପରେ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତେବେ ଯେଉଁ ଧାନକିଣା ପ୍ରସଙ୍ଗକୁ ନେଇ ତୁମ୍ଭିତୋଫାନ ଉଠିଥିଲା, ଗତ ୬ ଦିନ ଧରି ଗୃହ ଅଚଳାବସ୍ଥା ଦେଖାଦେଇଥିଲା ତାହା ଆଉ ଆଗକୁ ଦେଖିବାକୁ ନମିଳିପାରେ ବୋଲି ଏହା ସଂକେତ ଦେଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା କାଲି ୧୧.୩୦ ମିନିଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସରକାରଙ୍କ ଆଭିମୁଖ୍ୟକୁ ଗୃହରେ ରଖିବେ ।
ସେପଟେ ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ବିରୁଦ୍ଧରେ ସରକାରୀ ଦଳ ଆଣୁଥିବା ଅଭିଯୋଗ ଗୃହରେ ଉପସ୍ଥାପିତ ହେବ ନାହିଁ । ଏହି ପ୍ରସଙ୍ଗ ପାଇଁ ସ୍ୱାଧିକାର କମିଟି ଯିବ ବୋଲି ବାଚସ୍ପତି ନେଇ ଘୋଷଣା । ଅନ୍ୟପଟେ ଆସନ୍ତାକାଲି ଦିନ ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/15-18.jpg)