ହେଲିକପ୍ଟରରେ ଗୋବିନ୍ଦଙ୍କ ସ୍କୁଲକୁ ଆସୁଥିଲେ ମନ୍ତ୍ରୀ  । 

402

କନକ ବ୍ୟୁରୋ: ‘ହେଲିକପ୍ଟରରେ ଗୋବିନ୍ଦଙ୍କ ସ୍କୁଲକୁ ଆସୁଥିଲେ ମନ୍ତ୍ରୀ । ସ୍କୁଲକୁ ନିଜ ଜୀବନ ବୋଲି କହୁଥିଲେ’ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛି ବିଜେପି । ମମିତା ମୃତ୍ୟୁ ମାମଲାରେ ଆୟୋଜିତ ମାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି  । ଏଥିରେ ସମ୍ପୃକ୍ତ ମନ୍ତ୍ରୀଙ୍କ ଗୋଇ ଖୋଳିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । ଏହି ଘଟଣାରେ ବିଦ୍ୟାଳୟର ସଭାପତି ତଥା ମାଲିକ କୁହାଯାଉଥିବା ଗୋବିନ୍ଦ ସାହୁ ସହ ମନ୍ତ୍ରୀଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ପବିତ୍ର ଶିକ୍ଷାନୁଷ୍ଠାନରେ ଚାଲୁଥିଲା ଯୌନ ବ୍ୟଭୀଚାର ପରି କଦର୍ଯ୍ୟ କାର୍ଯ୍ୟ, ଯେଉଁଥିରେ ଖୋଦ ଗୃହରାଷ୍ଟ୍ର ମନ୍ତ୍ରୀ ସାମିଲ ଥିବା କହିଛି ବିଜେପି ।  ତେବେ ଗୋବିନ୍ଦଙ୍କ ସ୍କୁଲକୁ ୨ ମନ୍ତ୍ରୀ ହେଲିକପ୍ଟରରେ କାହିଁକି ଆସୁଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ସମୀର ମହାନ୍ତି ।

ସାମ୍ବାଦିକ ସମ୍ମିଳନୀରେ ସମୀର ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ଗୃହ ରାଷ୍ଟ୍ରମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଗୋବିନ୍ଦଙ୍କ ସ୍କୁଲକୁ ହେଲିକପ୍ଟରରେ ଆସୁଥିଲେ । ସେଠାରେ ଚାଲୁଥିବା ଯୌନ କେଳେଙ୍କାରୀ ବିଷୟରେ ଜାଣିଥିଲେ । ଏହି କଲେଜର ସଭାପତି ତଥା ଘଟଣାର ଅଭିଯୂୁକ୍ତ ଗୋବିନ୍ଦ ସାହୁଙ୍କ ଭୂୟସୀ ପ୍ରଶଂସା କରିବା ସହ ଏହି ସ୍କୁଲ ତାଙ୍କର ଜୀବନ ବୋଲି କହୁଥିଲେ । ଏହା ଓଡିଶାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ରେଭେନା୍ସ ଠାରୁ ବି କିଛି କମ୍ ନୁହେଁ ବୋଲି ମନ୍ତ୍ରୀ ଏକ କାର୍ଯର୍୍ୟକ୍ରମରେ କହିଥିବା ଏହି ପ୍ରେସମିଟରେ ପ୍ରକାଶ କରିଛନ୍ତି ସମୀର ମହାନ୍ତି । ତେବେ ମନ୍ତ୍ରୀ ବାରମ୍ବାର ଏହି ସ୍କୁଲକୁ କାହିଁକି ଆସୁଥିଲେ ଏବଂ ହେଲିକ୍ୟାପ୍ଟରରେ କାହିଁକି ଆସୁଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି  ।ଏ ସମ୍ପୂର୍ଣ୍ଣ ଘଟଣା ଏକ ଅସମାହିତ ପ୍ରଶ୍ନ , ଯାହାର ଉତ୍ତର ସ।।ରା ଓଡିଶା ବାସୀ ଚାହୁଁଥିବା କହିଛନ୍ତି ସମୀର ମହାନ୍ତି ।

ଏନେଇ ମୃତ ମମିତାଙ୍କ ବାପା ମଧ୍ୟ ନେକ ତଥ୍ୟ ପ୍ରକାଶ କରିଛନ୍ତି  ।ଝିଅର ନିଖୋଜ ହେବା ପରେ ପରିବାର ଲୋକେ ନିକଟ ପୋଲିସ୍ ଷ୍ଟେସନକୁ ଯାଇ ଝିଅର ନିଖୋଜ ନେଇ ଅଭିଯୋଗ କରିଥିଲେ ବି ପୋଲିସ ଏହାକୁ ଅଣଦେଖା କରିଥିଲା ।  ଘଟଣାର ସତ୍ୟତା ଖୋଜିବା ବଦଳରେ ମମିତାଙ୍କ ଘରକୁ ଯାଇ ତାଙ୍କର ମୋବାଇଏ , ପେନଡ୍ରାିଭ, ଓ ଲ୍ୟାପଟପ୍  ଖୋଜିଥିଲା । କାରଣ ଏଥିରେ ସନସାଇନ୍ ସ୍କୁଲ ବିଷୟରେ ଝି ପାଖରେ ଅନେକ ଗୋପନ ତଧଥ୍ୟ ଥିଲଶ ବୋଲି ମମିତାଙ୍କ ବାପା ଗଣମାଧ୍ୟମରେ ପ୍ରକାଶ କରିଥିବା ବିଜେପି ପକ୍ଷରୁ କୁହାଯାଇଛି । ତେବେ ସ୍କୁଲ ବିଷୟରେ କିଛି ଗୁପ୍ତ ତଥ୍ୟ ଜାଣିଥିବା ଓ ଏହାକୁ ପ୍ରକାଶ କରିଦେବାକୁ ମମିତା ସ୍କୁଲର ସଭାପତି ତଥ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଧମକ ମଧ୍ୟ ଦେଇଥିବା ତାଙ୍କ ବାପା କହିଛନ୍ତି ।

ଏନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କର ସକ୍ରିୟ ସମ୍ପୃ୍କ୍ତି ଥାଇ ବି ଘଟଣାକୁ ଚପାଇ ଦିଆଯାଉଥିବା ଅଭିଯୋଗ ଆଣିଛି ବିଜେପି ।  ତେବେ କେବଳ ଏହି ଘଟଣାରେ ନୁହେଁ ପୂର୍ବରୁ ମଧ୍ୟ ଏପରି ଅନେକ ଜଘନ୍ୟ ଘଟଣାରେ ମନ୍ତ୍ରୀ ମାନଙ୍କର ସମ୍ପୃକ୍ତି ଥିବା ଜାଣିବା ପରେ ମଧ୍ୟ ବିଜେଡି ସରକାର ନୀରବ ରହିଛନ୍ତି । ଏହି ଘଟଣା କ୍ରମରେ ମହାଙ୍ଗା ନୃତାଙ୍ଗ ଡବଲ ମର୍ଡର କେସରେ ଜଣେ ମନ୍ତ୍ରୀ ଥିବା ଜଣାପଡିଥିଲେ ବି ତାଙ୍କୁ ଜେରା ପାଇଁ ମଧ୍ୟ ଡକାଇଲାନି ପୋଲିସ ।ଏହାପରେ ନୟାଗଡ ପରୀ ଘଟଣା, , ଏପରିକି ମୟୂରଭଂଜ ସୌମ୍ୟରଂଜନଙ୍କ ପୋଡି ହୋଇ ମୃତ୍ୟୁ ମାମଲାରେ,ଡିଏଫଓ,ଜଷର ମନ୍ତ୍ରୀ ଓ କିଛି ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲେ ବି ସରକାର ଏସବୁ ଘଟଣାକୁ ଚପାଇଦେବାକୁ ଚେଷ୍ଟା କରିଛନ୍ତି । ସବୁ ଜାଣିବି ନିଜ ମନ୍ତ୍ରୀଙ୍କୁ ବଂଚାଇବାକୁ ରାଜ୍ୟ ସକରାର ଚେଷ୍ଟା କରୁଥିବା ଅଭିଯୋଗ ବାଢିଛି ବିଜେପି ।