କରୋନା ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ସାଜିଲେ ଶ୍ରମମନ୍ତ୍ରୀ : ରୋଗୀଙ୍କୁ ଆଣି ସୋହେଲା ଡାକ୍ତରଖାନାରେ କଲେ ଭର୍ତ୍ତି

351

କନକ ବ୍ୟୁରୋ : ଜଣେ କରୋନା ଆକ୍ରାନ୍ତଙ୍କ ପାଇଁ ନିଜେ ଡ୍ରାଇଭର ସାଜିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ । ବରଗଡ ସୋହେଲା ବ୍ଲକ ତବଡା ଗାଁର ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇ କଷ୍ଟ ପାଉଥିବା ଖବର ମନ୍ତ୍ରୀଙ୍କ ପାଖରେ ପହଂଚିଥିଲା । ଏହାପରେ ସେ ନିଜେ ଆମ୍ବୁଲାନ୍ସ ଚଳାଇ ସେଠାରେ ପହଂଚି ଯାଇଥିଲେ । ରୋଗୀଙ୍କୁ ଆମ୍ବୁଲାନ୍ସରେ ଆଣି ସୋହେଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ବରଗଡ ଜିଲ୍ଲା ସୋହେଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ମନ୍ତ୍ରୀ ସୁଶାନ୍ତ ସିଂ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ନିଜସ୍ୱ ଉଦ୍ୟମରେ ଏକ ଆମ୍ବୁଲାନ୍ସ ଓ ୧୫ଟି ଅକ୍ସିଜେନ ସିଲିଣ୍ଡର ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଆଉ ସୂଚନା ମିଳିଛି ସେହି ନୂତନ ଆମ୍ବୁଲାନ୍ସକୁ ନିଜେ ଚଳାଇ ମନ୍ତ୍ରୀ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।