କନକ ବ୍ୟୁରୋ : କେରଳର ୱାୟନାଡ଼ ଠାରେ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ପ୍ରାୟ ୩୦୦ ଛୁଇଁଛି। ଯୋଗୁଁ ଆହତ ହୋଇ ଚିକିତ୍ସିତ ହେଉଥିବା ଡକ୍ଟର ଶ୍ରୀକୃତି ମହାପାତ୍ରଙ୍କ ପରିବାରକୁ ଗତକାଲି ଭେଟିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ପରିବାରକୁ ଆଶ୍ଵସନା ଦେବା ସହ ଝାରସୁଗୁଡ଼ା ର ଝିଅ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଫେରିବ ବୋଲି କହିଥିବା ବେଳେ ଏ ଦିଗରେ ରାଜ୍ୟ ସରକାର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ କେରଳ ପଠାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।