କନକ ବ୍ୟୁରୋ: ବିହାର କୃଷି ମନ୍ତ୍ରୀଙ୍କ ଏକ ବୟାନ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏକ ଜନସଭାକୁ ସମ୍ବୋଧନ କରି ମନ୍ତ୍ରୀ ସୁଧାକର ସିଂହ ଯାହା କହିଛନ୍ତି ତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

Advertisment

କୃଷି ମନ୍ତ୍ରୀ ସୁଧାକର ସିଂ କହିଛନ୍ତି ଯେ ‘କୃଷି ବିଭାଗରେ ଅନେକ ଚୋର ଅଛନ୍ତି ଏବଂ ମୁଁ ଚୋରମାନଙ୍କର ସର୍ଦ୍ଦାର’ । ତାଙ୍କ ଉପରେ ମଧ୍ୟ ଅନ୍ୟ ଅନେକ ସର୍ଦ୍ଦାର ଅଛନ୍ତି’।
ବିହାର ନୀତୀଶ ସରକାରଙ୍କ ବିରୋଧୀଙ୍କ ବ୍ୟତୀତ ବର୍ତ୍ତମାନ ତାଙ୍କ ସରକାରଙ୍କ ମନ୍ତ୍ରୀମାନେ ମଧ୍ୟ ଦୁର୍ନୀତି ପ୍ରସଙ୍ଗରେ ପ୍ରଶ୍ନ ଉଠାଉଛନ୍ତି । ବାସ୍ତବରେ ବିହାର କୃଷି ମନ୍ତ୍ରୀ ସୁଧାକର ସିଂ କହିଛନ୍ତି ଯେ କୃଷି ବିଭାଗରେ ଅନେକ ଚୋର ଅଛନ୍ତି ଏବଂ ଆମେ ଚୋରମାନଙ୍କର ସର୍ଦ୍ଦାର । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଉପରେ ଆହୁରି ଅନେକ ସର୍ଦ୍ଦାର ଅଛନ୍ତି। ସରକାର ସମାନ ପୁରୁଣା ଏବଂ ଏହାର ଅଭ୍ୟାସ ମଧ୍ୟ ପୁରୁଣା । ବିହାର ସାଧାରଣ ଜନତା ତଥା ଚାଷୀଙ୍କୁ ଚେତାଇଦେବାକୁ ଏହା ଥିଲା ମନ୍ତ୍ରୀଙ୍କ ଅଭିନବ ବାର୍ତ୍ତା ।

ନରତିଶ ସରକାରଙ୍କ ଉପରେ ଅତିଷ୍ଠ ଥିବା ସୁଧାକରର ସିଂହ କହିଛନ୍ତି, "ମୁଁ ସରକାରଙ୍କୁ ଧାନ କ୍ରୟ ପାଇଁ ଅନେକ ଏଜେନ୍ସିକୁ ସମ୍ପୃକ୍ତ କରିବାକୁ କହୁଛି, ହେଲେ କୌଣସି ସୁଫଳ ମିଳୁନାହିଁ । ମୁଁ ଅମଲାତନ୍ତ୍ର ବିଷୟରେ ନୁହେଁ ବରଂ ବଡ ରାଜନେତାଙ୍କ ବିଷୟରେ କହୁଛି । କୃଷି ମନ୍ତ୍ରୀ ସୁଧାକର ସିଂ କହିଛନ୍ତି ଯେ ଏହା ସମାନ ପୁରୁଣା ସରକାର। ହେଲେ ଏହାର କୌଶଳ ପୁରୁଣା । ଚାଷୀଙ୍କୁ ଠକିବାରେ ସରକାରଙ୍କ ପୁରୁଣା ନୀତିକୁ ବଦଳାଇବାକୁ ପଡିବ । ସରକାରଙ୍କୁ ଲୋକେ ହିଁ ସତର୍କ କରାଇପାରିବେ’ ବୋଲି ମନ୍ତ୍ରୀ ସିଂହ କହିଛନ୍ତି ।