ସୁଶାନ୍ତ ସିଂ ଆତ୍ମହତ୍ୟା କରିନାହାନ୍ତି । ତାଙ୍କୁ ହତ୍ୟା କରାଯାଇଛି । ତାଙ୍କୁ ହତ୍ୟା କରିବା ବେଳେ ତାଙ୍କ ଘରେ ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଉପସ୍ଥିତ ଥିଲେ ……….

9,389

କନକ ବ୍ୟୁରୋ : ବଲିଉଡ ଇଣ୍ଡଷ୍ଟ୍ରୀଜ୍ ରେ ଜଣା ଶୁଣା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୪ ମାସ ବିତି ସାରିଲାଣି । ହେଲେ ଏହି ୪ ମାସ ଭିତରେ ତାଙ୍କ ମୃତ୍ୟୁକୁ ନେଇ କେତେ କେତେ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । କିଏ ଏହାକୁ ଆମହତ୍ୟା କହୁଛି ତ କିଏ ଏହାକୁ ହତ୍ୟା କହୁଛି । ଏହାକୁ ନେଇ ସିବିଆଇ ତଦନ୍ତ ଚାଲିଥିବା ବେଳେ ଏହି ସଂସ୍ଥା ଏବେ ବି ଶେଷ ନିଷ୍ପତ୍ତିରେ ପହଂଚିପାରି ନାହିଁ । ଗୋଟିଏ ପଟେ ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଏବେ ବି ବଲିଉଡରେ ଭୂକମ୍ପ ଦେଖା ଦେଉଛି । କଙ୍ଗନା ରାନାୱତ ଓ ମହାରାଷ୍ଟ୍ର ସରକାର ମଧ୍ୟରେ ଏହାକୁ ନେଇ ବାକ୍ ବିତଣ୍ଡା ବି ବ୍ୟକ୍ତିଗତ ସ୍ଥରକୁ ଆସି ସାରିଛି । ଅନ୍ୟପଟେ ରାଜନୈତିକ ଦୃଶ୍ୟପଟ୍ଟରେ ନିର୍ବାଚନ ସମୟରେ ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲା ବି ମୁଦ୍ଦା ହୋଇସାରିଛି । ବିହାର ନିର୍ବାଚନ ପ୍ରଚାର ବେଳେ ଭୋଜପୁରୀ ଗୀତିକାର ତଥା ବିଜେପି ଏମ ପି ମନୋଜ ତିୱାରୀ ବି ସିଧା ସଳଖ କହିଥିଲେ କି ସୁଶାନ୍ତ ସିଂଙ୍କୁ କଂଗ୍ରେସ ହତ୍ୟା କରିଛି । ଏହାକୁ ନେଇ ବିହାର ନିର୍ବାଚନ ରେ ବିବାଦ ଦେଖା ଦେଇଥିବା ବେଳେ ଏବେ ବିଜେପିର ଅନ୍ୟ ଜଣେ ସାଂସଦ ନାରାୟଣ ରାଣେ ଯେଉଁ ବିବୃତ୍ତି ଦେଇଛନ୍ତି ତାହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହେଉଥିବା ଦେଖିବାକୁ ମିଳିଛି । ନାରାୟଣ ରାଣେ କହିଛନ୍ତି କି ‘ସୁଶାନ୍ତ ସିଂ ଆତ୍ମହତ୍ୟ କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି ’ । ସେ ଖାଲି ଏତିକି କହିନାହାନ୍ତି ଦାବି ର ସହ କହିଛନ୍ତି କି ଯେତେବେଳେ ସୁଶାନ୍ତଙ୍କୁ ହତ୍ୟା କରାଗଲା ସେହି ସମୟରେ ସୁଶାନ୍ତଙ୍କ ଆପାର୍ଟମେଣ୍ଟରେ ମହାରାଷ୍ଟ୍ର ସରକାରର ଜଣେ ମନ୍ତ୍ରୀ ଉପସ୍ଥିତ ଥିଲେ । ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ ଆସିଗଲା ପରେ ଏହି ମନ୍ତ୍ରୀ ଜଣଙ୍କ ଜେଲ୍ ଯିବା ନିଶ୍ଚିନ୍ତ ବୋଲି ସେ କହିଛନ୍ତି । ସେ ଖାଲି ମୌଖିକ ଭାବେ ଏହା କହିନାହାନ୍ତି । ସେ ଦାବି କରିଛନ୍ତି କି ମୋ ପାଖରେ ଏହାର ପ୍ରମାଣ ଅଛି ଯାହା କି ମୁଁ ସିବିଆଇ ପାଖରେ ପୈଠ କରିବି ।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ସେ କହିଥିଲେ କି ଘଟଣା ଦିନ ରାତିରେ କିଛି ଲୋକ ସୁଶାନ୍ତ ରହୁଥିବା ଆପାର୍ଟମେଣ୍ଟକୁ ଯାଇଥିଲେ । ସେମାନେ ସୁଶାନ୍ତଙ୍କୁ ଦିଶାଙ୍କ ହତ୍ୟା ବାବଦରେ ପଚରା ଉଚରା କରିଥିଲେ । ଏହା ପରେ ଏହାକୁ ନେଇ ସୁଶାନ୍ତଙ୍କ ସହ ସେମାନଙ୍କର ଝଗଡା ହୋଇଥିଲା । ଏହି ଝଗଡା ଉଗ୍ରରୂପ ନେବାରୁ ସେମାନେ ସୁଶାନ୍ତଙ୍କୁ ହତ୍ୟା କରିଥିଲେ ।

କହିରଖୁ କି କିଛିଦିନ ପୂର୍ବରୁ ରାଣେଙ୍କ ପୁଅ ତଥା ବିଜେପି ବିଧାୟକ ନିତେଶ ବି ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସ ଉପରେ ଏନେଇ ନିସାନା ଲଗାଇଥିଲେ । ସେ କହିଥିଲେ କି ମହାରାଷ୍ଟ୍ର ସରକାର ଡରି ଯାଇଛନ୍ତି । ନ୍ୟାୟ ଯେବେ ସାମ୍ନାକୁ ଆସିବ ତେବେ ସବୁ ଖୋଲିଯିବ । କେତେଦିନ ଯାଏ ଏହି ମାମଲା ଉପରେ ପରଦା ଢାଙ୍କି ରଖିପାରିବେ ମହାରାଷ୍ଟ୍ର ସରକାର ବୋଲି ସେ କହିଥିଲେ ।
୧୪ ଜୁନ ୨୦୨୦ ରେ ବାନ୍ଦ୍ରା ସ୍ଥିତ ବାସଭବନରୁ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାପରେ ଏହି ମାମଲା ମୁମ୍ବାଇ ପୋଲିସ, ବିହାର ପୋଲିସ, ଏନସିବି, ସିବିଆଇ, ଇଡି, ଯାଂଚ କରିବା ଆରମ୍ଭ କରିଛନ୍ତି । ସିବିଆଇ ଏହି ମାମଲାରେ ବହୁ ଲୋକଙ୍କୁ ଜେରା କରିସାରିଛି । ନାରାୟଣ ରାଣେଙ୍କର ଏହି ବୟାନ ପରେ ସିବିଆଇ ତାଙ୍କୁ ପଚରା ଉଚରା ପାଇଁ ଡାକିଥିବା ଜଣାପଡିଛି ।