କନକ ବ୍ୟୁରୋ: ବିଜେଡି ନେତାଙ୍କ ଶପଥ ପାଠ । ୨୦୨୪ ନିର୍ବାଚନ ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଶପଥ ପାଠ କରାଇଛନ୍ତି ମନ୍ତ୍ରୀ ସାରଦା ନାୟକ ଓ ସୁନ୍ଦରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଂଜନ ଘଡେଇ । ରାଉରକେଲା ସାଙ୍ଗଠନିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ସମସ୍ତଙ୍କୁ ଶପଥ ପାଠ କରାଯାଇଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଜନ ସଂପର୍କ ମାଧ୍ୟମରେ ସେମାନଙ୍କ ସମସ୍ୟାର ସମାଧାନ ବାଟ ବାହାର କରିବାକୁ ଶପଥ ନେଇଛନ୍ତି ବିଜେଡିରେ ନେତା ଓ କର୍ମୀ ।
ତେବେ ରାଉରକେଲାର ଏକ ହୋଟେଲରେ ଅନୁଷ୍ଠିତ କାର୍ଯ୍ୟକାରୀଣି ବୈଠକରେ ଏହି ଶପଥ ପାଠ କରାଯାଇଛି । ଗତ ସାଧାରଣ ନିର୍ବାଚନ ଓ ପଂଚାୟତ ନିର୍ବାଚନରେ ଦଳର ସଫଳତାକୁ ବଖାଣିବା ସହ ତ୍ରୁଟିକୁ ସୁଧାରି ୨୦୨୪ରେ କିଭଳି ଜିଲ୍ଲାର ସମସ୍ତ ୭ଟି ବିଧାନସଭା ଓ ସଂସଦୀୟ ଆସନ ବିଜେଡି ହାତେଇବ ସେନେଇ ଆଲୋଚନା ହୋଇଛି । ଗତ ସାଧାରଣ ନିର୍ବାଚନରେ ସୁନ୍ଦରଗଡ ଜିଲ୍ଲାରେ ରାଉରକେଲା ଓ ରଘୁନାଥପାଲ୍ଲୀ ବିଧାନସଭା ଆସନ ଜିତିଥିଲା ବିଜେଡି ।