ଯୁକ୍ତ ଦୁଇରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷାକୁ ନେଇ ଚର୍ଚ୍ଚା । ମନ୍ତ୍ରୀ କହିଲେ ମାଟ୍ରିକ ରେଜଲ୍ଟ ବାହାରିବା ପରେ ହେବ ନିଷ୍ପତି ।

217

କନକ ବ୍ୟୁରୋ : ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷାକୁ ନେଇ ଚର୍ଚ୍ଚା । କୁହାଯାଉଛି ମେଧାବୀ ଛାତ୍ରଛାତ୍ରୀ ଯେଭଳି ଭଲ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବାର ସୁଯୋଗ ପାଇବେ, ସେଥିପାଇଁ ଏଭଳି ଯୋଜନା କରାଯାଉଛି । ତେବେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । କହିଛନ୍ତି, ଏନେଇ ବର୍ତମାନ କୌଣସି ନିଷ୍ପତି ନିଆଯାଇ ନାହିଁ । ରେଜଲ୍ଟ ଆସିବା ପରେ କଣ କରାଯିବ ନିଷ୍ପତି ନିଆଯିବ ।

ଏଥିସହ ଯେଉଁମାନେ ମାଟ୍ରିକ ରେଜଲ୍ଟରେ ସନ୍ତୁଷ୍ଟ ହେବେ ନାହିଁ ସେମାନେ ପୁଣି ପରୀକ୍ଷା ଦେଇପାରିବେ । ଗତକାଲି ମାଟ୍ରିକ ରେଜଲ୍ଟ ପାଇଁ ଗାଇଡଲାଇନ ପ୍ରକାଶ ପାଇବା ପରେ ଏହା ପୁଣି ଥରେ ସ୍ପଷ୍ଟ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । କହିଛନ୍ତି ଅନ୍ୟ କିଛି ବିକଳ୍ପ ନଥିବାରୁ ସେଥିପାଇଁ ଏହି ବ୍ୟବସ୍ଥା ଗ୍ରହଣ କରିଛି ବୋର୍ଡ । ଆସନ୍ତା ଜୁନ୍ ୩୦ ସୁଦ୍ଧା ବାହାରିବ ମାଟ୍ରିକ ଫଳ ।