ମାନବିକତା ଦେଖାଇଲେ ମନ୍ତ୍ରୀ: ଦୁର୍ଘଟଣାଗ୍ରସ୍ତ ଅଜଣା ଯୁବକଙ୍କୁ ନିଜ ଗାଡିରେ ଆଣିଲେ ମନ୍ତ୍ରୀ ସମୀର ଦାଶ; ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ କଲେ ଭର୍ତି

ଦୀର୍ଘସମୟ ହସ୍ପିଟାଲରେ ରହି ଚିକିତ୍ସା ବ୍ୟବସ୍ଥାର କଲେ ତଦାରଖ

52

କନକ ବ୍ୟୁରୋ: ମନ୍ତ୍ରୀଙ୍କ ମହାନତା । ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ଅଜଣା ଯୁବକଙ୍କୁ ହସ୍ପିଟାଲରେ ପହଂଚାଇଲେ ମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିମାପଡାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବାବେଳେ ପିପିଲିଠାରେ ଥିବା ମତ୍ସ୍ୟ ପ୍ରଜନନ ଓ ଗବେଷଣା କେନ୍ଦ୍ର ନିକଟରେ ଜଣେ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ଦେଖିଥିଲେ । ସାଙ୍ଗେସାଙ୍ଗେ ଗାଡି ଅଟକାଇ ଅଚେତ ହୋଇ ପଡିଥିବା ଯୁବକଙ୍କୁ ନିଜ ଗାଡିରେ ବସାଇ ନେଇ ଆସିଥିଲେ କ୍ୟାପିଟାଲ ହସ୍ପିଟାଲ ।

ତୁରନ୍ତ ତାଙ୍କୁ ଚିକିତ୍ସା ଯୋଗାଇଦେବାକୁ କହିବା ସହ ନିଜେ ମନ୍ତ୍ରୀ ମଧ୍ୟ ପ୍ରାୟ ଅଧଘଂଟା ହସ୍ପିଟାଲରେ ଉପସ୍ଥିତ ରହି ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ଅନୁଧ୍ୟାନ କରିିଥିଲେ । ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ଲୋକଙ୍କୁ ଅନ୍ୟମାନେ ଦେଖି ନଦେଖିଲା ଭଳି ଆଡେଇ ହୋଇ ଚାଲିଯାଉଥିବାବେଳେ ମନ୍ତ୍ରୀଙ୍କ ଏଭଳି ମହାନତାକୁ ସମସ୍ତେ ପ୍ରଶଂସା କରିଛନ୍ତି ।