କନକ ବ୍ୟୁରୋ: ବିଧାନସଭାରେ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କୁ ପ୍ରଶ୍ନ କଲେ ଚିତ୍ରକୋଣ୍ଡା କଂଗ୍ରେସ ବିଧାୟକ ମଙ୍ଗୁ ଖିଲୋ । ପ୍ରଶ୍ନ କରି ବିଧାୟକ କହିଲେ, ମାଲକାନଗିରିରେ ୭ ଦିନ ଧରି ଲଗାଣ ବର୍ଷାରେ ଜିଲ୍ଲାର ସମସ୍ତ ଅଞ୍ଚଳ ଚାଷ ଜମି ନଷ୍ଟ ହୋଇଗଲା । ମୁଁ ଜାଣିବାକୁ ଚାହେଁ ସେହି ଚାଷୀମାନଙ୍କ ପାଇଂ କଣ ବ୍ୟବସ୍ଥା ହୋଇଛି । ସେମାନେ କେବେ ସୁଦ୍ଧା ତାଙ୍କ କ୍ଷତିପୂରଣ ପାଇପାରିବେ?
ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଲଗାଣ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିବା ଚାଷ ପାଇଁ ମିଳିବ କ୍ଷତିପୂରଣ । ରାଜସ୍ୱ ନୀରିକ୍ଷକଙ୍କ ରିପୋର୍ଟ ଆଧାରରେ କ୍ଷତିପୂରଣ ଦିଆଯିବ ବୋଲି କହିଲେ କୃଷି ମନ୍ତ୍ରୀ । ଆର ଆଇଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ମିଳିବାପରେ ତୁରନ୍ତ କ୍ଷତିପୂରଣ ଦିଆଯିବ ।