ଚାଲିଥିଲା ବଜେଟ୍ ଉପସ୍ଥାପନା, ଶୋଇ ପଡୁଥିଲେ ମନ୍ତ୍ରୀ ! ସଂସଦରୁ ଭାଇରାଲ ହେଲା ମନ୍ତ୍ରୀଙ୍କ ଶୟନ ସମୟର ଚିତ୍ର ।

371

କନକ ବ୍ୟୁରୋ : ଫେବୃଆରୀ ୧ ତାରିଖ ଅର୍ଥାତ ଗତକାଲି ଚଳିତ ଦଶନ୍ଧିର ପ୍ରଥମ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର । ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ମୋଟ ୩୦ ଲକ୍ଷ ୪୨ ହଜାର ୨୩୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ତେବେ ସଂସଦରେ ଯେତେବେଳେ ବଜେଟ୍ ଉପସ୍ଥାପନା କରାଯାଉଥିଲା, ସେତେବେଳେ ସାମ୍ନାକୁ ଆସିଥିଲା କିଛି ରୋଚକ ଦୃଶ୍ୟ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ଭାଇରାଲ ଭିଡିଓରେ ରହିଛନ୍ତି, କେନ୍ଦ୍ର ଶକ୍ତି ରାଜ୍ୟ ମନ୍ତ୍ରୀ ଆରକେ ସିଂହ । ନିର୍ମଳାଙ୍କ ଠିକ୍ ପଛପଟେ ବସିଥିଲେ ଆରକେ ସିଂହ । ଆଉ ବଜେଟ୍ ପଢା ଚାଲିଥିବା ବେଳେ ବାରମ୍ବାର ତାଙ୍କୁ ନିଦ ଆସୁଥିବାର ଦେଖିବାକୁ ମିଳିଥିଲା । ମନ୍ତ୍ରୀଙ୍କ ଆଖି ବନ୍ଦ ହୋଇଯାଉଥିଲା, କିନ୍ତୁ ପୁଣି ସେ ସଙ୍ଗେ ସଙ୍ଗେ ଉଠିପଡୁଥିଲେ । ଏହାକୁ ନେଇ ଟ୍ୱିଟରରେ ଅନେକ ମଜାଳିଆ କ୍ୟାପସନ୍ ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଏଠାରୁ ଆପଣଙ୍କୁ କହିରଖୁଛୁ, ଇତିହାସରେ ସବୁଠୁ ଲମ୍ବା ଭାଷଣ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୧୯-୨୦ ବଜେଟ୍ ଭାଷଣରେ ୨ଘଂଟା ୧୫ ମିନିଟର ଭାଷଣ ଦେଇ ଦୀର୍ଘ ୧୬ ବର୍ଷର ରେକର୍ଡ ଭାଙ୍ଗିଥିଲେ ନିର୍ମଳା । ଆଉ ଗତକାଲି ୨ ଘଂଟା ୪୦ ମିନିଟର ବଜେଟ୍ ଭାଷଣ ରଖି ନିଜ ରେକର୍ଡ ଭାଙ୍ଗିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।