ବିଧାନସଭାରେ ସ୍ୱାଭାବିକ ପ୍ରଶ୍ନକାଳ । ଭତ୍ତା ବୃଦ୍ଧି ନେଇ ଉଠୁଛି ଦାବି । ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ।

486

କନକ ବ୍ୟୁରୋ: ବଜେଟ ଅଧିବେଶନର ଶେଷ ଦିନରେ ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ । ବିଭିନ୍ନ ପ୍ରସଙ୍ଗରେ ଗୃହରେ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ଏହି କ୍ରମରେ ସାମାଜିକ ସୁରକ୍ଷା ଯୋଜନାରେ ଭତା ବୃଦ୍ଧି ନେଇ ଦାବି ଉଠିଛି । ଏହି ପ୍ରସଙ୍ଗରେ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା । କହିଛନ୍ତି ଠିକ୍ ସମୟରେ ଠିକଣା ନିଷ୍ପତ୍ତିି ନେବେ ସରକାର । ୨୦୧୭ରେ ୪୮ ଲକ୍ଷ ହିତାଧିକାରୀ ଭତ୍ତା ପାଉଥିଲେ । ଯେଉଁଥିରେ ୨୮ଲକ୍ଷ ମଧୁବାବୁ ପେନସନ ଓ ୨୦ ଲକ୍ଷରୁ ଅଧିକ ଜାତୀୟ ସମାଜିକ ସୁରକ୍ଷା ଯୋଜନାରେ ପେନସନ୍ ପାଉଥିଲେ ।
୩ ଦିନ ତଳେ ୪ ଲକ୍ଷ ୧୩ ହଜାର ହିତାଧିକାର ମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ପେନସନ୍ ହିତାଧିକାରୀଙ୍କ ସଂଖ୍ୟା ୫୮ ଲକ୍ଷରେ ପହଞ୍ଚିଛି । ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ସୁବିଧା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଲାଭ ଦେବ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।