କନକ ବ୍ୟୁରୋ : ମଞ୍ଚରେ କାନ୍ଦିଲେ ମନ୍ତ୍ରୀ ରାଜା ସ୍ୱାଇଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା କହି ଭାବବିହ୍ୱଳ ହେଲେ ଆଠଗଡ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏକ ସଭାକୁ ସମ୍ବୋଧିତ କରିବା ସମୟରେ ରାଜା ସ୍ୱାଇଁ କହିଛନ୍ତି, ନବୀନ ପଟ୍ଟନାୟକ, ସେ ଆମ ପେଟକୁ ଅନାଇଛନ୍ତି । ତାଙ୍କର ବାପା ନାହାଁନ୍ତି, ମାଆ ନାହାଁନ୍ତି, ପୁଅ -ଝିଅ କେହି ନାହାଁନ୍ତି । ସାଢେ ୪ କୋଟି ଓଡିଆ ହେଉଛନ୍ତି ତାଙ୍କ ପରିବାର । ସେ ଚାଲିଗଲେ ତାଙ୍କ ମୁଖାଗ୍ନି ଦେବାକୁ କେହି ନାହାଁନ୍ତି । ସେ ପରିବାରର ସମସ୍ତଙ୍କୁ ଦେଇଛନ୍ତି, ତାଙ୍କ ମୁହଁକୁ ଟିକେ ଅନାଇବ, ଏତିକି ନିବେଦନ । ଆଠଗଡ ମହୋତ୍ସବ ପଡିଆରେ ଆୟୋଜିତ ବର୍ଦ୍ଧିତ ଭତା ବଣ୍ଟନ କାର୍ଯ୍ୟକ୍ରମରେ ଏଭଳି ନିବେଦନ କରିଛନ୍ତି ମନ୍ତ୍ରୀ ରାଜା ସ୍ୱାଇଁ ।

Advertisment

ଆଉ ଦିନ କେଇଟା ପରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ଏହାପୂର୍ବରୁ ରାଜ୍ୟରେ ରାଜନୀତି ମାହୋଲ ସରଗରମ ହେଲାଣି । ୨୦୨୪ ନିର୍ବାଚନରେ କିଏ ବାଜିମାତ କରିବ ତାହାକୁ ନେଇ ଅଙ୍କକଷା ଚାଲିଛି । ଏଭଳି ସମୟରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭାବବିହ୍ୱଳ ହୋଇ ନବୀନଙ୍କୁ ଚାହିଁବ ବୋଲି କହି ପରୋକ୍ଷରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ।