କନକ ବ୍ୟୁରୋ : ମୋହନ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିବା କୁଚିଣ୍ଡା ବିଧାୟକ ରବି ନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ମିଠା ଖୁଆଇ ମନ୍ତ୍ରୀ ରବି ନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜୟନାରାୟଣ ।
କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ଜୟନାରାୟଣ ମିଶ୍ରଙ୍କ ବାସଭବନରେ ପହଞ୍ଚିଥିଲେ ରବି ନାୟକ । ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଏହା ପରେ ସେ ମନ୍ତ୍ରୀ ରବି ନାୟକଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ ।
ଅନ୍ୟପଟେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ ରବି ନାୟକ ଚରମବାଣୀ ଶୁଣାଇଛନ୍ତି । ସରକାର ଠିକ ଭାବେ ଚାଲିବ ଓ ଅଫିସର ମାନେ ମଧ୍ୟ ଠିକ୍ ଭାବେ କାମ କରିବେ ବୋଲି କହିଛନ୍ତି ରବି ନାୟକ । ଲୋକଙ୍କ ଆଶା ଆକାଂକ୍ଷାକୁ ଦେଖି କାମ କରିବେ ଅଫିସର । ଏଣିକି ଲୋକଙ୍କ ପାଇଁ କାମ କରିବେ ସରକାରୀ ଅଧିକାରୀ । ରାଜ୍ୟବାସୀ ଏହି ବିଶ୍ୱାସ ସରକାରଙ୍କ ଉପରେ ରଖନ୍ତୁ ବୋଲି କହିଛନ୍ତି କ୍ୟାବିନେଟ ମନ୍ତ୍ରୀ ରବି ନାୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/Screen-Shot-2024-06-13-at-2.22.09-PM-2.png)