ସୁନ୍ଦରଗଡ ସର୍କିଟ ହାଉସରେ ମନ୍ତ୍ରୀ ପ୍ରତାପ ଜେନା ୨ ଘଣ୍ଟା ଅଟକ । ରାସ୍ତା ଅବରୋଧ କରି ମନ୍ତ୍ରୀଙ୍କୁ ଅଟକ ରଖିଲେ ଚାଷୀ ।

148

କନକ ବ୍ୟୁରୋ: ସୁନ୍ଦରଗଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଲେ ଚାଷୀ । ଫଳରେ ସୁନ୍ଦରଗଡର ସର୍କିଟ ହାଉସରେ ଦୁଇ ଘଂଟା ଧରି ଅଟକି ରହିଥିଲେ ମନ୍ତ୍ରୀ ପ୍ରତାପ ଜେନା । ସର୍କିଟ ହାଉସ ରାସ୍ତାରେ ଚାଷୀମାନେ ବସି ରାସ୍ତା ଅବରୋଧ କରିଥିବାରୁ ମନ୍ତ୍ରୀ ଅଟକି ରହିଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ବଳପ୍ରୟୋଗ କରି ଚାଷୀଙ୍କୁ ଉଠାଇବା ପରେ ମନ୍ତ୍ରୀ ମୁକୁଳିଛନ୍ତି ।

ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସୁନ୍ଦରଗଡରେ ଏବେ ମାଳମାଳ ମନ୍ତ୍ରୀ, ବିଧାୟକଙ୍କୁ ଦେଖିବାକୁ ମିଳିଛି । ହେଲେ ଏହାରି ଭିତରେ ଦୁଇଦିନିଆ ସୁନ୍ଦରଗଡ ଗସ୍ତରେ ଯାଇଥିବା ପଚାଂୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଚାଷୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଗତକାଲି ତାଙ୍କୁ ଟାଙ୍ଗରପାଲିରେ ଚାଷୀମାନେ ଘେରାଉ କରିଥିଲେ । ଆଜି ପୁଣି ସୁନ୍ଦରଗଡ ସହରରେ ଚାଷୀମାନେ ପାଖାପାଖି ଦୁଇ ଘଣ୍ଟା ଧରି ସର୍କିଟ ହାଉସରେ ମନ୍ତ୍ରୀ ପ୍ରତାପ ଙ୍କୁ ଅଟକ ରଖିଥିଲେ ।