କନକ ବ୍ୟୁରୋ : ବିଜେଡି ପ୍ରାର୍ଥୀ ପାଇଁ ପ୍ରଚାର ମୈଦାନରେ ମନ୍ତ୍ରୀ ପ୍ରତାପ ଜେନା । କନ୍ଧମାଳ ଜିଲ୍ଲାରେ ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ପ୍ରଚାର ଜୋରଦାର ହେବାରେ ଲାଗିଛି  । ବିଜେଡି ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ମନ୍ତ୍ରୀ, ସାଂସଦ ଏବଂ ବିିଧାୟକ  । କନ୍ଧମାଳ  ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ଜିଲ୍ଲାର ବିଭିନ୍ନ ଅଂଚଳ ବୁଲି ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରୁଛନ୍ତି ।

Advertisment

ବିଭିନ୍ନ ସଭାସମିତି କରି ବିଜେଡି ପ୍ରାର୍ଥୀ ମାନଙ୍କୁ  ଭୋଟ ଦେବା ପାଇଁ ଭୋଟରଙ୍କୁ  ନିବେଦନ କରୁଥିବା ଦେଖିବାକୁ ମିଳିଛି  । କନ୍ଧାମଳ ଜିଲ୍ଲାର ଚକାପାଦ ବ୍ଲକର ୬ ନମ୍ବର ଜୋନ ପାଇଁ ବିଜେଡି  ପ୍ରାର୍ଥୀନୀ ହୋଇଥିବା ମମତା ରାଣୀ ବେହେରାଙ୍କ ପାଇଁ ପ୍ରଚାର କରିବା ସହିତ ଚାହାଳି ପଂଚାୟତରେ ନିର୍ବାଚନ ସଭାରେ ଯୋଗଦେଇଥିଲେ । ବିଜେଡି ପ୍ରାର୍ଥୀମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ବିଜେଡି କର୍ମୀ ଏବଂ ଭୋଟରମାନଙ୍କୁ ନିବେଦନ କରିଥିଲେ  ।