ମନ୍ତ୍ରୀ ପ୍ରତାପ ଜେନାଙ୍କୁ କରାଗଲା ଏୟାରଲିଫ୍ଟ । ଫୁଲବାଣୀରେ ଅସୁସ୍ଥ ହୋଇପଡିଥିଲେ ମନ୍ତ୍ରୀ ପ୍ରତାପ ।

490

କନକ ବ୍ୟୁରୋ : ଫୁଲବାଣୀରୁ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କରାଗଲା ଏୟାରଲିଫ୍ଟ । ଚିକିତ୍ସା ପାଇଁ ପ୍ରତାପଙ୍କୁ ଭୁବନେଶ୍ୱର ଅଣାଯିବ । ଗତକାଲି ରାତିରୁ ପ୍ରତାପ ଜେନା ଅସୁସ୍ଥ ଥିବା ବେଳେ ଆଜି ଜ୍ୱର ବଢିଥିଲା । ଏପରିକି ନିଃଶ୍ୱାସ ଓ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ପ୍ରତାପ । କନ୍ଧମାଳ ଗସ୍ତରେ ଥିବା ବେଳେ ହଠାତ୍ ଏମିତି ଅସୁସ୍ଥ ହୋଇପଡିଛନ୍ତି ପ୍ରତାପ ।

ଗତକାଲି ପ୍ରତାପ ଅସୁସ୍ଥ ହେବା ପରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ । ଆଉ ଆଜି ଦେହ ଅଧିକ ଅସୁସ୍ଥ ହେବାରୁ ସଙ୍ଗେ ସଙ୍ଗେ ତାଙ୍କୁ ଏୟାରଲିଫ୍ଟ କରି ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଉ ଏହାପରେ ଭୁବନେଶ୍ୱରରୁ ଏକ ଏୟାର ଆମ୍ବୁଲାନ୍ସ ଫୁଲବାଣୀ ଅଭିମୁଖେ ଉଡାଣ ଭରିଥିଲା । ଫୁଲବାଣୀରେ ପ୍ରତାପ ପହଞ୍ଚିବା ପରେ ତୁରନ୍ତ ତାଙ୍କୁ ଭୁବନେଶ୍ୱର ଅଭିମୁଖେ ଅଣାଯାଇଛି । ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଗସ୍ତରେ ଥିଲେ ମନ୍ତ୍ରୀ ପ୍ରତାପ ଜେନା ।

ମାସକ ପୂର୍ବରୁ ମଧ୍ୟ ପ୍ରତାପ ଜେନା ଅସୁସ୍ଥ ହୋଇଥିଲେ । ସେତେବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ତାଙ୍କର ଛାତିରେ ଦୁଇଟି ବ୍ଲକେଜ ଥିବା ଜଣାପଡ଼ିଲା। ଏହାପରେ ଅସ୍ତ୍ରୋପଚାର କରି ଦୁଇଟି ଷ୍ଟେଣ୍ଟ ଲଗାଯାଇଥିଲା ।