କନକ ବ୍ୟୁରୋ : ବର୍ଷେ ଭିତରେ ପଦ୍ମପୁର ହେବ ଜିଲ୍ଲା । ପଦ୍ମପୁରରୁ ଏଭଳି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁର ଭଳି ରାଜ୍ୟରେ ଆଉ କେତୋଟି ନୂଆ ଜିଲ୍ଲା ପାଇଁ ଦାବି ମିଳିଛି ଓ ରାଜ୍ୟ ସରକାର ନୂଆ ରାଜସ୍ୱ ଜିଲ୍ଲା ପାଇଁ କିଛି ବିଚାର କରୁଛନ୍ତି କି? ଯଦି ବିଚାର କରୁଥାନ୍ତି ତେବେ କେଉଁ ସମୟସୀମା ମଧ୍ୟରେ ନୂଆ ରାଜସ୍ୱ ଜିଲ୍ଲା ଘୋଷଣା ହେବ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
ବିଧାନସଭାରେ ଲିଖିତ ଉତ୍ତର ରଖି ପ୍ରମିଳା କହିଛନ୍ତି, ରାଜ୍ୟରେ ନୂତନ ରାଜସ୍ୱ ଜିଲ୍ଲା ଗଠନ ପାଇଁ ବିଭିନ୍ନ ସମୟରେ ଦାବିପତ୍ର ହସ୍ତଗତ ହୋଇଛି । ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି, ଟିଟିଲାଗଡ, ବରଗଡ ଜିଲ୍ଲାର ପଦ୍ମପୁର, କଳହାଣ୍ଡି ଜିଲ୍ଲାର ଧର୍ମଗଡକୁ ନୂଆ ରାଜସ୍ୱ ଜିଲ୍ଲା କରିବାକୁ ଦାବି ରାଜସ୍ୱ ବିଭାଗର ହସ୍ତଗତ ହୋଇଛି । ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ପ୍ରଚଳିତ ନୀତିନିୟମ ଆଧାରରେ ଉପଯୁକ୍ତ ସମୟରେ ନୂତନ ଜିଲ୍ଲା ଗଠନ ପାଇଁ ଆସିଥିବା ଦାବି ଗୁଡିକ ଉପରେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/1-45.jpg)