ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । କହିଲେ, କୋଭିଡ ସମୟରେ ବାଉଁଶ ପାଇଁ ଖର୍ଚ୍ଚ ହୋଇଛି ୨୧.୯୦ ଲକ୍ଷ ଟଙ୍କା

208

କନକ ବ୍ୟୁରୋ : ଗୃହରେ ଉତ୍ତର ରଖିଲେ ନିର୍ମାଣ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ରାଜ୍ୟରେ କୋଭିଡ ବେଳେ ୪୦୬ଟି ଜାଗାରେ କଣ୍ଟେନମେଣ୍ଟ ଜୋନ ହୋଇଥିଲା । ପିଡବ୍ଲୁଡି ଦ୍ୱାରା କଣ୍ଟେନମେଣ୍ଟ ଜୋନ ବ୍ୟବସ୍ଥା ହୋଇଥିଲା । ଏଥିପାଇଁ ୬୩୫୨୬ ଖଣ୍ଡ ବାଉଁଶ ବ୍ୟବହାର ହୋଇଥିଲା । ଏହି ବାଉଁଶ ଭଡା ସୂତ୍ରରେ ଅଣାଯାଇଥିଲା ।

ଏଥିପାଇଁ ୯୨.୬୯ ଲକ୍ଷ ଟଙ୍କାର ବ୍ୟୟରେ ଅଟକଳ ହୋଇଥିଲା । ଏଯାଏଁ ୨୧.୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହାସହ ୬୦ଟି କ୍ୱାରେଣ୍ଟାଇନ ସେଣ୍ଟର ମରାମତି ପାଇଁ ୧୩୪୪.୬୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ବିଧାନସାଭାରେ ଆଜି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଏନେଇ ପ୍ରଶ୍ନ କରିଥିଲେ ।

ବିଧାୟକ ପ୍ରଶ୍ନ କରି କହିଥିଲେ, କୋଭିଡ ୧୯ ସମୟରେ ଲକଡାଉନ, ସଟଡାଉନ ବେଳେ ରାଜ୍ୟରେ କେତୋଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ କରାଯାଇଥିଲା ? ସେଥିପାଇଁ କେତେ ଖଣ୍ଡ ବାଉଁଶ ବ୍ୟବହାର କରାଯାଇଥିଲା । ଏହି ସବୁ ବାଉଁଶକୁ କେତେ ଟଙ୍କା ଦେଇ କିଣା ଯାଇଥିଲା?