ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ । ଇନୋଭା କାରକୁ ଧକ୍କା ଦେଲା ବାଇକ୍ । ଡ୍ରାଇଭର ଆହତ, ମନ୍ତ୍ରୀ ସୁରକ୍ଷିତ

Advertisment
ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ । ଇନୋଭା କାରକୁ ଧକ୍କା ଦେଲା ବାଇକ୍ । ଡ୍ରାଇଭର ଆହତ, ମନ୍ତ୍ରୀ ସୁରକ୍ଷିତ

କନକ ବ୍ୟୁରୋ: ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କୋରାପୁଟ-ରାଣୀଗଡ-ବୋରିଗୁମ୍ମା ରାଜ୍ୟ ରାଜପଥ-୩୨୬ର ଛତର୍ଲା ନିକଟରେ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଇନୋଭା କାର ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ମନ୍ତ୍ରୀଙ୍କ କାର ଚାଳକ ସାମାନ୍ୟ ଆହତ ହୋଇଛନ୍ତି। କିନ୍ତୁ ବାଇକ୍ ଚାଳକଙ୍କ ବାମ ଗୋଡ଼ରେ ଗୁରୁତର ମାଡ ହୋଇଥିବା ସୂଚନା ମିଳିଛି। ମନ୍ତ୍ରୀଙ୍କ କାରର ସମ୍ମୁଖ ଭାଗ ଭାଙ୍ଗି ଯାଇଥିବା ବେଳେ ମନ୍ତ୍ରୀ ସୁରକ୍ଷିତ ଅଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଆଜି କୋରାପୁଟ ଯାଇଥିଲେ। ସେଠାରେ ସେ ଏକ ବୈଠକରେ ଯୋଗଦେଇଥିଲେ। ବୈଠକ ସାରି ଆଜି ଅପରାହ୍ନ ୩ଟା ୧୫ରେ ନିଜ ଘର କୋଟପାଡ଼କୁ ଫେରୁଥିଲେ। ଏହି ସମୟରେ ୩୨୬ ନମ୍ବର ରାଜ୍ୟ ରାଜପଥର ଛତର୍ଲାଠାରେ ଏକ ବାଇକ ସାମ୍ନାକୁ ଆସିଯିବାରୁ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ପରେ ମନ୍ତ୍ରୀ ଶ୍ରୀମତୀ ଦିଆନ ନିଜେ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ରି‌ପୋର୍ଟ ଲେଖାଯିବା ବେଳକୁ ଗୁରୁତର ବାଇକ ଆରୋହୀଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମନ୍ତ୍ରୀଙ୍କ ସହିତ ଉପସ୍ଥିତ ଥିବା ପୁଲିସ ପାଇଲଟିଂ ଗାଡ଼ିରେ ଶ୍ରୀମତୀ ଦିଆନ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe