କନକ ବ୍ୟୁରୋ : ରାଜ୍ୟର କୌଣସି ସ୍ଥାନରେ ସୁନାଖଣିର ସନ୍ଧାନ ମିଳିଛି କି ? ଏ ନେଇ ବିଧାନସଭାରେ ସୁଧୀର କୁମାର ସାମଲଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ । ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଓ ଭାରତୀୟ ସର୍ବେକ୍ଷଣ ସଂସ୍ଥା ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇ ରାଜ୍ୟର ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା ପଥର ଥିବାର ସୂଚନା ମିଳିଛି ।

Advertisment

ଦେବଗଡ ଅଡାସ ଅଞ୍ଚଳରେ ତମ୍ବାବାହି ପଥର ଜିଟୁ ସ୍ତରର ଜିଏସଟିଙ୍କ ଦ୍ୱାରା ଆକଳନ କରାଯାଇ ତମ୍ବାପଥର ସହିତ ୧୬୮୫କିଗ୍ରା ସୁନା ଥିବାର ସୂଚନା ରହିଛି । ଏତତ୍ ବ୍ୟତୀତ ଉକ୍ତ ଅଞ୍ଚଳରେ ତମ୍ବା ବାହି ପଥର ସହିତ ୬.୬୭ ମିଲିୟନ ଟନ୍ କପର, ୦.୬୩୮ ମିଲିୟନ ଟନ୍ ସିଲଭର ଏବଂ ୦.୧୦ ମିଲିୟନ ଟନ୍ ନିକେଲ ଥିବାର ଆକଳନ କରାଯାଇଛି । ରାଜ୍ୟ ଖଣି ଓ ଭୂତତ୍ୱ ନିର୍ଦ୍ଦେଶାଳୟ ତରଫରୁ ୧୯୭୭-୮୩ ଏବଂ ୧୯୮୯-୯୬ ମସିହାରେ ସୁନା ନିମନ୍ତେ କେନ୍ଦୁଝର ଜିଲ୍ଲାର ତେଲକୋଇ ତହସିଲ ଅଞ୍ଚଳରେ ଅନୁସନ୍ଧାନ କରାଯାଇ ୨ଟି ସୁନାବାହୀ କ୍ୱାର୍ଟରସ ଭେନର ଅବସ୍ଥିତି ଜଣାଯାଇଥିଲା ଯେଉଁଥିଲେ କି ୧ଗ୍ରାମ ସୁନା ୧ଟନ୍ ପଠରରେ ଥିବାର ବିଶେଷ୍ଳଣରୁ ଜଣାପଡିଛି । ତନ୍ମମଧ୍ୟରୁ ଗୋପରୁ ନିକଟସ୍ଥ ଦକ୍ଷିଣ ପାର୍ଶ୍ୱରେ ୬୦ ମିଟର ଲମ୍ବ ଓ ୧ମି ଓସାର ଅଞ୍ଚଳରେ ଥିବା କ୍ୱାର୍ଟରସ ଭେନର୨.୫ ଗ୍ରାମରୁ ୧୦ଗ୍ରାମ ସୁନା ୧ଟନ୍ ପଥରରୁ ଥିବାର ପ୍ରାରମ୍ଭିକ ଆକଳନ କରାଯାଇଛି । ଯାହାକି ଭୂପୃଷ୍ଠରୁ ୩୦ମିରୁ ୬୦ମି ତଳେ ଥିବାରୁ ଅର୍ଥନୈତିକ ଦୃଷ୍ଟିକୋଣରୁ ଉକ୍ତ ସମୟରେ ସବିଶେଷ ଆକଳନ ପାଇଁ କାର୍ଯ୍ୟପନ୍ଥା କରାଯାଇନଥିଲା ।

ସେହିପରି ୧୯୭୦-୭୧ ମସିହାରେ କେଲକୋଇ ନିକଟସ୍ଥ ସଲେିକନା ପରିପାଶ୍ୱର୍ରେ ନାଳ ଅବବାହିକା ଓ ଶଯ୍ୟାର ପ୍ଲେସର ହରିଜୋନରେ ୧ଗ୍ରାମ ସୁନା ୧ଟନ୍ ମାଟିରୁ ଥିବାର ପ୍ରାରମ୍ଭିକ ସୂଚନା ମିଳିଛି । ଇଡେଇକୁଚା-ମାରେଡିହି-ବାଦାମପାହାଡ ଇତ୍ୟାଦି ଅଞ୍ଚଳରେ ଥିବା ସୁନାବାହୀ ପଥରରେ ୦.୧ ରୁ ୨.୬ ଗ୍ରାମ ସୁନା ୧ ଟନ୍ ପଥରରୁ ଆକଳନ କରାଯାଇଛି । ଅନ୍ୟପକ୍ଷରେ ୧୯୭୦-୭୧ ମସିହାରେ ଅନୁସନ୍ଧାନ କରାଯାଇ ସୁଲେଇପାଟ ଅଞ୍ଚଳରେ ଧୁସୁରା ପାହାଡରେ ୦.୧ ରୁ ୦.୮ ଗ୍ରାମ ସୁମା ୧ଟନ୍ ପଠରରୁ ଥିବାରୁ ଆକଳନ କରାଯାଇଛି ।