ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ କେତେ ପଦବୀ ଖାଲି ଅଛି ? ଗୃହରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

57

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଖାଲି ରହିଛି । ଏହା ସହ ବିଭିନ୍ନ ବିଶ୍ୱବିଦ୍ୟାଳୟରେ କେତୋଟି ପଦବୀ ଖାଲି ରହିଛି, ସେ ନେଇ ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ରାଜ୍ୟରେ କେତୋଟି ପ୍ରଫେସର ପଦବୀ ଖାଲି ରହିଛି ସେ ନେଇ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଅମର ଶତପଥୀ ।

ଆଜି ଏହାର ଉତ୍ତର ରଖି ଶିକ୍ଷାମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ରାଜ୍ୟରେ ବିଭିନ୍ନ ବିଶ୍ଵବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଖାଲି ରହିଛି । ସେ ମଧ୍ୟରୁ ୧୬୬୦ଟି ଅଣଶିକ୍ଷକ ପଦବୀ ଖାଲି ରହିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୨୬ଟି ପ୍ରଫେସର ପଦବୀ, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୮୮ଟି ପଦବୀ ଏବଂ ରମାଦେବୀରେ ୧୦୧ଟି ପ୍ରଫେସର ପଦବୀ ଖାଲି ରହିଛି । ଏବେ ଖାଲି ପଡିଥିବା ପଦବୀ ପାଇଁ ଚୟନ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ।