କନକ ବ୍ୟୁରୋ: ଆକ୍ସନ ମୋଡରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଡ୍ୟୁଟି ଖିଲାପକାରୀଙ୍କୁ ଦେଇଛନ୍ତି କଡ଼ା ଚେତାବନୀ  । କାର୍ଯ୍ୟରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ । କାର୍ଯ୍ୟରେ ଅନିୟମିତତା ହେଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ସାରା ରାଜ୍ୟରେ ସରପ୍ରାଇଜ୍ ଭିଜିଟକୁ ଜୋରଦାର କରାଯିବ । ଆଜି ଭୁବନେଶ୍ୱର ସହିଦନଗର ଉପଖଣ୍ଡ ସ୍ତରୀୟ ପ୍ରାଣୀ ଚିକିତ୍ସାଳୟକୁ ଅଚାନକ ଗସ୍ତରେ ଆସି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

Advertisment

ଗସ୍ତ ସମୟରେ ଚିକିତ୍ସାଳୟର ସ୍ଥିତି ପରଖିଥିବା ବେଳେ ପରିବେଶ ଓ ଭିତ୍ତିଭୂମିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗୃହପାଳିତ ପଶୁଙ୍କୁ ନେଇ ଚିକିତ୍ସାଳୟ ଆସିଥିବା ଲୋକଙ୍କ ସହ ଚିକିତ୍ସା ସେବା ବାବଦରେ ଆଲୋଚନା କରିଛନ୍ତି ମନ୍ତ୍ରୀ । ଚିକିତ୍ସାଳୟରେ କିଭଳି ସେବା ମିଳୁଛି ? ଆଉ କ’ଣ ଆବଶ୍ୟକ ଅଛି ସେ ସମ୍ପର୍କରେ ଲୋକଙ୍କ ମତାମତ ନେଇଛନ୍ତି  ମନ୍ତ୍ରୀ ।