ତେଲ ପକାଇଲେ, ଜାଲିଆତିର ଫର୍ଦ୍ଦାଫାସ କଲେ ମନ୍ତ୍ରୀ: ରାତାରାତି ପେଟ୍ରୋଲ ପମ୍ପ ସିଲ୍

880

କନକ ବ୍ୟୁରୋ: ପେଟ୍ରୋଲ-ଡିଜେଲର ଦାମ ବୃଦ୍ଧିକୁ ନେଇ ସାଧାରଣ ଲୋକ ଚିନ୍ତାରେ ଥିବା ବେଳେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଜାଲିଆତି ଆହୁରି ଚିନ୍ତା ବଢାଇ ଦେଇଛି । ଏହାରି ମଧ୍ୟରେ ଗୁଜୁରାଟରେ ଏକ ରୋଚକ ଘଟଣା ଘଟିଛି, ଯେଉଁଥିପାଇଁ ଏକ ପେଟ୍ରୋଲ ପମ୍ପ ସିଲ ହୋଇଛି । ଗୁଜୁରାଟ ସରକାରର ଜଣେ ମନ୍ତ୍ରୀ ପେଟ୍ରୋଲ ପମ୍ପର ଜାଲିଆତି ଧରିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୁରଟ ସହର ଜାହାଙ୍ଗିରପୁର ଅଞ୍ଚଳରେ ଥିବା ନାୟରା ପେଟ୍ରୋଲ ପମ୍ପକୁ ଗତକାଲି ରାତିରେ ଗୁଜୁରାଟ ସରକାରର ମନ୍ତ୍ରୀ ମୁକେଶ ପଟେଲ ତେଲ ପକାଇବାକୁ ଯାଇଥିଲେ । ସେ ସେଠାରେ ୪ ହଜାର ଟଙ୍କାର ଡିଜେଲ ପକାଇଥିଲେ । ହେଲେ ପମ୍ପର ମିଟରରେ କିଛି ଠିକରେ ଦେଖାଯାଉନଥିଲା । ଏହାକୁ ନେଇ ସେ କର୍ମଚାରୀ ମାନଙ୍କୁ ପ୍ରଶ୍ନ କରିଥିଲେ ହେଲେ ସେମାନେ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ।

ପେଟ୍ରୋଲ ପମ୍ପର କର୍ମଚାରୀମାନେ ଜାଣି ବି ପାରିନଥିଲେ କି ସେ ମନ୍ତ୍ରୀ ଥିଲ ବୋଲି । ମନ୍ତ୍ରୀ ଏହି କଥା ସୁରଟର ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଆଉ ଏହାପରେ ଏକ ଟିମ ପେଟ୍ରୋଲ ପମ୍ପରେ ପହଞ୍ଚି ଯାଞ୍ଚ କରିବା ପରେ ପମ୍ପକୁ ସିଲ କରିଥିଲେ ।