କନକ ବ୍ୟୁରୋ: ମାଡ ମାରି ଜିଦଖୋର ସ୍ତ୍ରୀ ମାନଙ୍କୁ ସାବାଡ୍ କରିହେବ ବୋଲି କହି ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ମାଲେସିଆ ମହିଳା ପରିବାର କଲ୍ୟାଣ ଉପମନ୍ତ୍ରୀ ସିତି ଜାଇଲାହ ମୋହଦ୍ ୟୁସୋଫ୍ । ମନ୍ତ୍ରୀଙ୍କ ଏପରି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ନିଜେ ଜଣେ ମହିଳା ହୋଇ ମହିଳାଙ୍କ ବିରୋଧରେ ଏପରି ମନ୍ତବ୍ୟ କିପରି ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ୟୁଜର୍ସ ।
କିଛି ମହିଳା ସଙ୍ଗଠନ ଏହାକୁ ହିଂସାର ଆଖ୍ୟା ଦେଇଛନ୍ତି । ୟୁସୋଫ୍ ଏକ ଭିଡିଓ ସେୟାର କହିଥିଲେ ଯେ, ‘ଜିଦଖୋର୍ ସ୍ତ୍ରୀ ମାନେ ଏମିତି ମାନିବେନି । ଏହି ପ୍ରବୃତ୍ତିର ମହିଳାମାନେ ରାଗିଗଲେ ସ୍ୱାମୀମାନଙ୍କ ଠାରୁ ଅଲଗା ହୋଇଯିବାକୁ ପଛାନ୍ତି ନାହିଁ । ତାଙ୍କୁ ମାଡ ଦେଇ ସାବାଡ୍ କରିବାକୁ ପଡିବ’ ।ଏବେ ଏହାକୁ ନେଇ ଲୋକେ ମନ୍ତ୍ରୀ ମହୋଦୟାଙ୍କୁ ବିରୋଧ କରିବାକୁ ଆରମ୍ଭ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/26-24.jpg)