କନକ ବ୍ୟୁରୋ : ରାଜ୍ୟରେ ଗୋପାଳନ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କର ବଡ଼ ଯୋଜନା । ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଚାଷୀଙ୍କୁ ଗୋପାଳନ ଦିଗରେ ପ୍ରୋତ୍ସାହନ ରାଶି ବୃଦ୍ଧି ସହ ଦେଶୀ ଗାଈ ରଖିବା ପାଇଁ ମଧ୍ୟ ସରକାର ପ୍ରୋତ୍ସାହନ ଦେଉଥିବା କହିଛନ୍ତି ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

Advertisment

ଦୁଗ୍ଧ ଉତ୍ପାଦନ ୨ ହଜାର ଟନରୁ ୫ ହଜାର ଟନକୁ ବୃଦ୍ଧି କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି । ଚାଷୀଙ୍କୁ ସବସିଡି ମାଧ୍ୟମରେ ଦୁଇଟିରୁ ଅଧିକ ଗାଈ ଯୋଗାଇ ଦେବେ ସରକାର । ଏହାଦ୍ବାରା ମହିଳା ଏବଂ ଯୁବକ ମାନେ ଆତ୍ମନିର୍ଭର ଓ ସ୍ବାବଲମ୍ବୀ ହୋଇପାରିବେ । ଗାଈ ଅଧିକ ଦୁଗ୍ଧ ଦେବା ପାଇଁ ଘାସ ଚାଷ ବା ଫିଡର୍ ଉପରେ ଗୁରୁତ୍ବ ଦିଆଯାଉଛି । ଏଥିସହ ଗ୍ରାମାଞ୍ଚଳରେ ଓମଫେଡ ପାର୍ଲର ଖୋଲିବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି । ସେହିପରି ପ୍ଲାଷ୍ଟିକ ଅଣ୍ଡା ଏବଂ ଅପମିଶ୍ରିତ ଦୁଗ୍ଧ ବିକ୍ରି କଲେ କଠୋର କାର୍ଯ୍ୟ୍ରାୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଗ୍ରାମାଞ୍ଚଳରେ ଲୋକ ମାନେ ସହଜରେ ସୁବିଧା ପାଇବା ପାଇଁ ପଞ୍ଚାୟତ ସ୍ତରରେ ଥିବା ଏଲଆଇ ଏବଂ ବ୍ଲକ ସ୍ତରରେ ଥିବା ପ୍ରାଣୀ ଚିକିତ୍ସକ, ଜିଲ୍ଲା ସ୍ତରରେ ଥିବା ସିଡିବିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଣ୍ଡା, ମାଛ ଉତ୍ପାଦନ ଦୁଇ ଗୁଣିତ କରିବାକୁ ମଧ୍ୟ ଯୋଜନା ହୋଇଛି । ଆଜି ପ୍ରାଣୀ ଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଅଚାନକ ଗସ୍ତ କରି ଏହା କହିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।