କନକ ବ୍ୟୁରୋ : ଭର୍ଚୁଆଲରେ ନୁହଁ ଗ୍ରାଉଣ୍ଡରେ ଶିଳାନ୍ୟାସ । ନିଜେ ଜେସିବି ଚଳାଇଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣନ ।  ଔରଙ୍ଗାବାଦରେ ରେଲୱେ ପ୍ରୋଜେକ୍ଟର କଲେ ଭିତ୍ତିପ୍ରସ୍ତର ସ୍ଥାପନ । ଭର୍ଚୁଆଲରେ ଶିଳାନ୍ୟାସ ପାଇଁ ବ୍ୟବସ୍ଥା ହୋଇଥିଲା । ହେଲେ ମନ୍ତ୍ରୀ ଭର୍ଚୁଆଲରେ ଶିଳାନ୍ୟାସ ପାଇଁ ମନା କରିଦେଇଥିଲେ । କହିଥିଲେ ଅନଲାଇନରେ କିପରି ହେବ ଶିଳାନ୍ୟାସ । ଏହା ପରେ ସେ ନିଜେ ପହଞ୍ଚି ଯାଇଥିଲେ । ଆଉ ଏକ ଜେସିବି ଆଣିବା ପାଇଁ କହିଥିଲେ । ନିଜେ ଜେସିବି ଚଳାଇଥିଲେ ମନ୍ତ୍ରୀ । ଆଉ କହିଥିଲେ ହୋଇଗଲା ଶିଳାନ୍ୟାସ, ଏବେ କାମ ଆରମ୍ଭ କର । ରେଳ ମନ୍ତ୍ରୀଙ୍କ ଶିଳାନ୍ୟାସ ସମୟର ଜେସିବି ଚଳାଇବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Advertisment