ମହାଲିଙ୍ଗ କଲେଜକୁ ଜୀବନଠୁ ଅଧିକ ଭଲ ପାଆନ୍ତି ମନ୍ତ୍ରୀ ଦିବ୍ୟଶଙ୍କର...! ଜାଣନ୍ତୁ କଣ କହିଥିଲେ ସାଥୀ ମନ୍ତ୍ରୀ ପ୍ରତାପ ଜେନା?

Advertisment
ମହାଲିଙ୍ଗ କଲେଜକୁ ଜୀବନଠୁ ଅଧିକ ଭଲ ପାଆନ୍ତି ମନ୍ତ୍ରୀ ଦିବ୍ୟଶଙ୍କର...! ଜାଣନ୍ତୁ କଣ କହିଥିଲେ ସାଥୀ ମନ୍ତ୍ରୀ ପ୍ରତାପ ଜେନା?

କନକ ବ୍ୟୁରୋ : ମହାଲିଙ୍ଗ କଲେଜ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଜୀବନ । ମହାଲିଙ୍ଗ କଲେଜକୁ ମନ୍ତ୍ରୀ ଜୀବନ ଠାରୁ ବି ଅଧିକ ଭଲ ପାଆନ୍ତି । ମହାଲିଙ୍ଗ କଲେଜ ପ୍ରତି ମନ୍ତ୍ରୀଙ୍କର ଆତ୍ମୀୟତା ରହିଛି, ଭଲପାଇବା ରହିଛି । ମହାଲିଙ୍ଗ କଲେଜର ଛାତ୍ରଛାତ୍ରୀ ବହୁତ ଶୃଙ୍ଖଳିତ । ଏଭଳି କଥା ଆମେ କହୁନୁ ବରଂ ଶହ ଶହ ଲୋକଙ୍କ ଉପସ୍ଥିତିରେ କିଛି ଏଭଳି କହିଥିଲେ ଦିବ୍ୟଶଙ୍କରଙ୍କ ସାଥୀ ମନ୍ତ୍ରୀ ପ୍ରତାପ ଜେନା । ଆଉ ଏକଥା କାଳେ ପ୍ରତାପଙ୍କୁ କହିଥିଲେ ଦିବ୍ୟଶଙ୍କର । ମହାଲିଙ୍ଗ କଲେଜର ବାର୍ଷିକ ଉତ୍ସବରେ ଏଭଳି କହିଥିଲେ ପ୍ରତାପ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ମହାଲିଙ୍ଗ କଲେଜ ପ୍ରତି ମନ୍ତ୍ରୀଙ୍କର କାହିଁକି ଏତେ ଭଲପାଇବା ରହିଥିଲା? ମହାଲିଙ୍ଗ କଲେଜ ମନ୍ତ୍ରୀଙ୍କ ପାଇଁ କାହିଁକି ଏତେ ଗୁରୁତ୍ୱ ବହନ କରୁଥିଲା? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି?

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗୋବିନ୍ଦ ସାହୁଙ୍କ ମହାଲିଙ୍ଗ କଲେଜକୁ ନିୟମିତ ଯାଆସ କରୁଥିଲେ ମନ୍ତ୍ରୀ ଦିବ୍ୟଶଙ୍କର । ଏପରିକି ମନ୍ତ୍ରୀ ଏଠାରେ ରାତ୍ରୀଯାପନ କରୁଥିବା ନେଇ ମଧ୍ୟ ସ୍ଥାନୀୟ ଲୋକ କହିଛନ୍ତି । କଲେଜର ବିଭିନ୍ନ ସଭାସମିତିରେ ମନ୍ତ୍ରୀଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିଲା । ଏହାସହ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ପ୍ରଂଶସା କରିବାରେ ଟିକିଏ ବି କାର୍ପଣ୍ୟତା ଦେଖାଉନଥିଲେ ମନ୍ତ୍ରୀ । କୁହାଯାଉଛି ମନ୍ତ୍ରୀଙ୍କ ଆଶୀର୍ବାଦ କାରଣରୁ ମହାଲିଙ୍ଗ କଲେଜକୁ ସରକାରୀ ଅନୁଦାନ ମଧ୍ୟ ମିଳୁଥିଲା । ଅନ୍ୟପଟେ ମହାଲିଙ୍ଗ କଲେଜରେ ଅନୈତିକ କାର୍ଯ୍ୟକଳାପ ଚାଲୁଥିଲା, ଯାହା ବାବଦରେ ମମିତା ଜାଣିଥିଲେ ବୋଲି ଚର୍ଚ୍ଚା ହେଉଛି । ଏପରିକି ମମିତାଙ୍କ ନିକଟରେ କିଛି ଭିଡ଼ିଓ ରହିଥିଲା ଯାହା ସାମ୍ନାକୁ ଆସିଥିଲେ କିଛି ପ୍ରଭାବଶାଳୀଙ୍କ ଅସଲ ଚେହେରା ପଦାରେ ପଡିଥାନ୍ତା । ସେଥିପାଇଁ ହୁଏତ ମମିତାଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ସାଧାରଣ ଲୋକେ । କିନ୍ତୁ ପୋଲିସ ଏହାକୁ ପରକୀୟା ପ୍ରୀତି ସମ୍ପର୍କର ରଙ୍ଗ ଦେଇ ପ୍ରକୃତ ଘଟଣା ଉପରେ ପରଦା ପକାଇବାକୁ ଚାହୁଁଥିବା କହିଛନ୍ତି ଲୋକେ ।

ତେଣୁ ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ, ଯେଉଁ କଲେଜରେ ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ନେଇ ସାଧାରଣ ଲୋକେ ଅଭିଯୋଗ କରୁଛନ୍ତି ସେଭଳି କଲେଜକୁ ମନ୍ତ୍ରୀ ନିୟମିତ ଭାବେ ଯାଉଥିଲେ ମଧ୍ୟ କଣ କିଛି ଜାଣିପାରିନଥିଲେ କି? ମହାଲିଙ୍ଗ କଲେଜକୁ କଳାହାଣ୍ଡି ଜିଲ୍ଲାର ଏକ ନମ୍ବର କଲେଜ କରିବାକୁ କାହିଁକି ଚାହୁଁଥିଲେ ମନ୍ତ୍ରୀ? କଲେଜ ଓ କଲେଜ ମାଲିକଙ୍କ ସହ ମନ୍ତ୍ରୀଙ୍କର ଏଭଳି ଘନିଷ୍ଠ ସମ୍ପର୍କ କିଭଳି? କଳାହାଣ୍ଡି ଜିଲ୍ଲାରେ ଅନ୍ୟ ସରକାରୀ କଲେଜ ଥିଲେ ମଧ୍ୟ ମହାଲିଙ୍ଗ କଲେଜକୁ କାହିଁକି ଗୁରୁତ୍ୱ ଦେଉଥିଲେ ମନ୍ତ୍ରୀ । ଏଭଳି ଅସମାହିତ ପ୍ରଶ୍ନ ଭିତରେ ମନ୍ତ୍ରୀ କେବେ ମୁହଁ ଖୋଲୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe