କନକ ବ୍ୟୁରୋ: ବଦଳିବ ଭୋକ ଭୂଗୋଳର ଚିତ୍ର । ନଗଡାବାସୀଙ୍କ ଚାଉଳ ପାଇଁ ଆଉ ପନ୍ଦର କିଲୋମିଟର ବାଟ ଯିବାକୁ ପଡିବ ନାହିଁ । ଗାଁରେ ମିଳିବ ଚାଉଳ । ନଗଡା ଅଂଚଳରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପହଂଚିବା ସହ ସ୍ଥିତିର ଅନୁଧ୍ୟାନ କରିବା ପରେ ଏନେଇ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ଦେଇଛନ୍ତି ନିର୍ଦ୍ଦେଶ । ଫଳରେ ସୁଦୂର ଚିଙ୍ଗୁଡିପାଳକୁ ଯିବାକୁ ଆଉ ପଡିବ ନାହିଁ । ଏହା ସହ ସ୍ଥାନୀୟ ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ।
ଘରେ ଘରେ ମହୁଚାଷ ପାଇଁ ମଧ୍ୟ ଆନୁସଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ରାସ୍ତାଘାଟ, ସ୍ୱାସ୍ଥ୍ୟ, ପାନୀୟଜଳ, ବିଜୁଳି ଯୋଗାଣ କାମର ଅଗ୍ରଗତି ତ୍ୱାରାନ୍ୱିତ କରାଯିବା ସହ ନଗଡାରେ ଇକୋ ଲଜି ପାର୍କ ପ୍ରତିଷ୍ଠା ହେବ । ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଦୀର୍ଘ ୨ ଘଂଟା ଧରି ସ୍ଥାନୀୟ ଅଂଚଳ ବୁଲିବା ସହ ସ୍ଥିତିର ସମୀକ୍ଷା କରିଥିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ତେବେ ଏଠାକାର ବିକାଶ ପାଇଁ ଆବଶ୍ୟକ ସମସ୍ତ କାମ ତ୍ୱରାନ୍ୱିତ ବେଗରେ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ରାଜ୍ୟ ସରକାରଙ୍କ ଶକ୍ତି, ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଗତକାଲି ନଗଡ଼ା ଗସ୍ତ କରି ସ୍ଥିତି ପରଖିଛନ୍ତି। ତଳ ନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ର ସମ୍ମୁଖ ଅସ୍ଥାୟୀ ଶିବିରରେ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ବିଭିନ୍ନ ବିଭାଗର କାର୍ଯ୍ୟଧାରା ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ମିଶ୍ର ତଳ ନଗଡ଼ା ପହଞ୍ଚିବା ପରେ ସାଧାରଣ ଜୁଆଙ୍ଗ ଚଳଣି ଅନୁଧ୍ୟାନ କରିଥିଲେ। ତଳ ନଗଡ଼ାରେ ଗ୍ରାମବାସୀଙ୍କ ପକ୍ଷରୁ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଅଧ୍ୟକ୍ଷତା କରିଥିଲେ। ନଗଡ଼ା ବିକାଶରେ ଜଡ଼ିତ ଥିବା ପ୍ରଶାସକ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କଠୁ ବିଭିନ୍ନ କାର୍ଯ୍ୟଧାରାର ହିସାବ ମାଗିଥିଲେ। ଏଥିସହ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କଠାରୁ ନଗଡ଼ାର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପଚାରି ବୁଝିଥିଲେ।
Follow Us
/kanak/media/post_attachments/wp-content/uploads/2019/12/Screen-Shot-2019-12-14-at-7.37.01-AM.png)
/kanak/media/post_attachments/wp-content/uploads/2019/12/Screen-Shot-2019-12-14-at-7.37.19-AM.png)