କନକ ବ୍ୟୁରୋ : ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ପାହାଡ ଭଳି ନଗଦ ଟଙ୍କା ଜବତ ପରେ, ବିରୋଧୀଙ୍କୁ ଘେରି ଆସୁଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ବିଜେପି ନେତାମାନେ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି । ଏହି କ୍ରମରେ ଆଜି ପୁଣି ଥରେ କାହାର ନାଁ ନନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚେତାବନୀ କହିଛନ୍ତି, ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ମୋଦୀ ସରକାର କାହାକୁ ବି ଛାଡିବେନି । ଯେତେ ବି ପ୍ରଭାବଶାଳୀ ହୁଅନ୍ତୁ, ଗରିବ ଓଡିଶାବାସୀଙ୍କ ଟଙ୍କାକୁ ଯିଏ ଲୁଟିଛି ତାକୁ ଜେଲ ପଠାଯିବା । ଯେଉଁ କଂଗ୍ରେସ ସାଂସଦଙ୍କ ନାଁ ଆସୁଛି, ତାଙ୍କ ପରିବାର ଲଗାତାର ଭାବେ ଓଡିଶାରେ ବ୍ୟବସାୟ କରି ଆସୁଥିଲା । ଯେଉଁମାନେ ଉତରଦାୟୀ, ସେମାନେ ଚୁପ ନରହି ଉତର ଦିଅନ୍ତୁ । ଉତର ପାଇଁ ଲୋକେ ଅପେକ୍ଷା କରିଛନ୍ତି ।