କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୁଧବାର ନିଟ୍ ପରୀକ୍ଷା ଘୁଞ୍ଚାଇବାକୁ ନେଇ ରାହୁଲ ଗାନ୍ଧୀ ଟୁଇଟ୍ କରିବା ପରେ ଏହାର ଜବାବ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏପରିକି ଧର୍ମେନ୍ଦ୍ର, ରାହୁଲଙ୍କୁ ‘ଛଦ୍ମ ବିଶେଷଜ୍ଞ’ ବୋଲି ମଧ୍ୟ କହିଛନ୍ତି ।
ବୁଧବାର ଟୁଇଟର ଜରିଆରେ କଂଗ୍ରେସ ନେତା ରାହୁଲଙ୍କ ଗାନ୍ଧୀ ନିଟ୍ ପରୀକ୍ଷା ଘୁଞ୍ଚାଇବାକୁ ଲେଖିଥିଲେ । ଆଉ ଛାତ୍ରଛାତ୍ରୀଙ୍କୁ ସରକାର ଏକ ସଠିକ ସୁଯୋଗ ଦେବାକୁ ସେ ଆହ୍ୱାନ କରିଥିଲେ । ଏହାର କିଛି ସମୟ ପରେ ସେହି ଟ୍ୱିଟର ଜରିଆରେ ହିଁ ଏହାର ଜବାବ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଲେଖିଛନ୍ତି ଯେ, ରାହୁଲ ଗାନ୍ଧୀ ବିନା କୌଣସି ଜ୍ଞାନରେ ନିଜକୁ ସବୁଥିରେ ବିଶେଷଜ୍ଞ ବୋଲି ଭାବୁଛନ୍ତି । ଅନ୍ୟପଟେ ଏହି ନିଟ୍ ପରୀକ୍ଷା ଘୁଞ୍ଚାଇବାକୁ ସୁପ୍ରିମକୋର୍ଟ ମଧ୍ୟ ପୁନଃବିଚାର କରିବାକୁ ମନା କରିଦେଇଛନ୍ତି । ତେଣୁ ଏହି ପ୍ରସଙ୍ଗରେ କଥା ଉଠାଇଥିବାରୁ ଧର୍ମେନ୍ଦ୍ର, ରାହୁଲ ଗାନ୍ଧୀଙ୍କୁ ଛଦ୍ମ ବିଶେଷଜ୍ଞ ବୋଲି ଆକ୍ଷେପ କରିଛନ୍ତି ।
.@RahulGandhi perceives himself to be an expert on everything without having an iota of knowledge.
Overflowing vanity & misplaced sense of entitlement of a failed crown prince is no alibi to meddle into the schedule of examinations, give undue stress & make the students suffer. https://t.co/xniWpcxWox
— Dharmendra Pradhan (@dpradhanbjp) September 8, 2021
ଖାଲି ସେତିକି ନୁହେଁ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଲେଖିଛନ୍ତି ଯେ, ଯୁବରାଜଙ୍କୁ ବୟାନ ଜାରି କରିବା ଅପେକ୍ଷା ମିଥ୍ୟା ଖବର ଖେଳାଇବା, ଅଧା ଅଧୁରା ସତ କହିବା ଏବଂ କୌଣସି ପ୍ରଗତିଶୀଳ କଥାରେ ବିରୋଧ କରିବା କଥା ଜାରି ରଖିବା ଉଚିତ୍ । ସୂଚନାଯୋଗ୍ୟ ଯେ, ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ନିଟ୍ ପରୀକ୍ଷା ହେବାକୁ ଅଛି । ହେଲେ ଏହି ସମୟରେ ବିଭିନ୍ନ ରାଜ୍ୟରେ ଅନ୍ୟ କେତେକ ପ୍ରବେଶିକା ପରୀକ୍ଷା ମଧ୍ୟ ହେବାକୁ ଅଛି । ଯାହାକୁ ନେଇ ରାହୁଲ ଗାନ୍ଧୀ ଆଜି ଟୁଇଟରେ ପରୀକ୍ଷା ଘୁଞ୍ଚାଇବାକୁ କହିଥିଲେ । ଆଉ ଏହାର କିଛି ଏଭଳି ଢଙ୍ଗରେ ଜବାବ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।