ପରିବା ବିକାଳିରୁ ଉପ ମୁଖ୍ୟମନ୍ତ୍ରୀ । ଉପ ମୁଖ୍ୟମନ୍ତ୍ରୀରୁ ମନ୍ତ୍ରୀ । ମହାରାଷ୍ଟ୍ରର ପୂର୍ବ ଉପ ମୁଖ୍ୟମନ୍ତ୍ରୀ ଏବଂ ଏନସିପି ନେତା ଛଗନ ଭୁଜବଳ ଗୁରୁବାର ଦିନ ଉଦ୍ଧବ ଠାକରେଙ୍କ ମନ୍ତ୍ରିମଣ୍ଡଳରେ ଶପଥ ଗ୍ରହଣ କରିଛନ୍ତି । ଛଗନ ଭୁଜବଳଙ୍କ ଜୀବନ କାହାଣୀ ରଙ୍ଗୀନ ଦୁନିଆର କାହାଣୀ ସଦୃଶ । ପରିବା ବିକାଳିରୁ ମନ୍ତ୍ରୀ ହେଲେ ଛଗନ । କେବେ ସେ ପରିବା ବିକ୍ରି କରୁଥିଲେ କିନ୍ତୁ ଏବେ କୋଟି କୋଟି ସମ୍ପତ୍ତିର ମାଲିକ । ଗୋଟେ ସମୟରେ ଶିବସେନା ସୁପ୍ରିମୋ ସ୍ୱର୍ଗତ ବାଲାସାହେବ ଠାକରେଙ୍କ ଗିରଫ ହେବାର ଆଦେଶ ତାଙ୍କ ମନ୍ତ୍ରାଳୟ ଦେଇଥିଲା ।
ଛଗନ ଭୁଜବଳ ଭାୟଖେଳା ବଜାରରେ ପରିବା ବିକ୍ରି କରୁଥିଲେ । ତାଙ୍କ ମାଆ ମଧ୍ୟ ଏକ ଦୋକାନ କରି ଫଳ ବିକ୍ରି କରୁଥିଲେ । ସେତେବେଳେ ସେ ବାଲାସାହେବ ଠାକରେଙ୍କ ଭାଷଣ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ବାଲାସାହେବ ଠାକରେଙ୍କ ଭାଷଣ ଦ୍ୱାରା ଅନୁପ୍ରାଣିତ ରାଜନୀତିରେ ଯୋଗ ଦେବାକୁ ମନ ବଳାଇ ଥିଲେ । ସେହି ସମୟରେ ସେ ବିଜେଟିଆଈ କଲେଜରେ ଇଞ୍ଜିନିୟରିଂଗରେ ଡିପ୍ଲୋମା କରୁଥିଲେ । କିନ୍ତୁ ଅଧାରେ ପାଠ ପଢା ଛାଡିଦେଇଥିଲେ । ତେବେ ୧୯୮୫ରେ ସେ ମୁମ୍ବାଇର ମେୟର ହୋଇଥିଲେ । ୧୯୮୯ରେ ଶିବସେନା ହିନ୍ଦୁତ୍ୱ ମୁଦ୍ଦା ଉପରେ ଭାରତୀୟ ଜନତା ପାର୍ଟି ସହିତ ଗଠବନ୍ଧନ କରିଥିଲା । ଶିବସେନା ଓ ବିଜେପି ରାମ ମନ୍ଦିରକୁ ନେଇ ଏହି ସମୟରେ ଚର୍ଚ୍ଚା ଲାଗିରହିଥିଲା । ଏହା ଦ୍ୱାରା ଶିବସେନାକୁ ଲାଭ ହୋଇଥିଲା ଏବଂ ୧୯୯୦ରେ ବିଧାନସଭା ନିର୍ବାଚନରେ ପ୍ରଥମ ଥର ଶିବସେନାର ୫୨ବିଧାୟକଙ୍କୁ ବଝାଯାଇଥିଲା । ବର୍ତ୍ତମାନ ଶିବସେନା ବିଧାନସଭାର ସବୁଠାରୁ ବିରୋଧି ପାର୍ଟି ଭାବେ ପରିଗଣିତ । ୧୯୯୧ରେ ଭୁଜବଳ ନାଗପୁର ବିଧାନସଭା ସମୟରେ ୯ବିଧାୟକଙ୍କ ସହିତ କଂଗ୍ରେସରେ ପ୍ରବେଶ କରିଥିଲେ । ସେହି ସମୟରେ ଶରଦ ପାୱାର ରାଜ୍ୟରେ କଂଗ୍ରେସର ସବୁଠାରୁ ଦିଗଜ ନେତା ଥିଲେ ।
୧୯୯୯ରେ ସେ ନାସିକ ଜିଲ୍ଲା ୟେବଲାରେ ନିର୍ବାଚନ ଲଢିଥିଲେ ଏବଂ ଜିତିଥିଲେ । ଏହା ପରେ ଭୁଜବଳଙ୍କ ଉପରେ ଅନେକ ଅଭିଯୋଗ ମଧ୍ୟ ହୋଇଥିଲା । ମନି ଲଣ୍ଡ୍ରିଂ ମାମଲାରେ ମଧ୍ୟ ତାଙ୍କ ଉପରେ ଅଭିଯୋଗ ହୋଇଥିଲା । ସେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସାର୍ବଜନୀକ ବିଭାଗର ମନ୍ତ୍ରୀ ଥିଲେ । ବିଭିନ୍ନ ଅଭିଯୋଗର ସାମ୍ନା କରିଥିଲେ ଭୁଜବଳ । ତାଙ୍କ କହିବାନୁସାରେ ଅଭିଯୋଗ ନିର୍ବାଚନର ଏକ ପ୍ରଧାନ ଅଂଶ । ୨୦୧୬ରେ ଦିଲ୍ଲୀରେ ହୋଇଥିବା ମହାରାଷ୍ଟ୍ର ସଦନ ଘୋଟାଲାରେ ତାଙ୍କୁ ଗିରଫ କରାଯାଇଥିଲା । ଭୁଜବଳ ପାଖାପାଖି ୨୬ମାସ ଜେଲରେ ରହିଥିଲେ । ୨୦୧୮ରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ଜାମିନରୁ ବାହାରିବା ପରେ ସେ ପୁଣି ଥରେ ରାଜନୀତିରେ ପାଦ ଥାପିଥିଲେ । ଏବଂ ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ ମନ୍ତ୍ରୀ ହୋଇଛନ୍ତି ।/kanak/media/post_attachments/wp-content/uploads/2019/11/EKdptG1UcAArkcB-300x169.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/11/chhagan-bhujbal-main_759.jpg)
/kanak/media/post_attachments/wp-content/uploads/2019/11/3881d6e2-4f85-11e8-8287-628684009267-300x169.jpg)
/kanak/media/post_attachments/wp-content/uploads/2019/11/Bhujbal-kiZC-621x414@LiveMint-300x200.jpg)