କନକ ବ୍ୟୁରୋ : ମାନବିକତା ଦେଖାଇଲେ ମନ୍ତ୍ରୀ। ବେହୋସ ହୋଇଥିବା ଛାତ୍ରଙ୍କ ପାଇଁ ପରେଡ୍ ଗାଡ଼ିରୁ ଆସିଲେ ଓହ୍ଲାଇ। ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ଆୟୋଜିତ ୭୮ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହେଉଥିଲା। ରାଜ୍ୟ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତେବେ ପରେଡ୍ ଚାଲିଥିବାବେଳେ ହଠାତ ଜଣେ ଛାତ୍ର ବେହୋସ ହୋଇ ପଡିଥିଲେ। ଗାଡିରେ ଛିଡ଼ା ହୋଇ ପରେଡ ଅଭିବାଦନ ଗ୍ରହଣ କରୁଥିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଯେତେବେଳେ ସେ ବେହୋସ ଛାତ୍ରଙ୍କୁ ଦେଖିବାକୁ ପାଇଲେ। ନିଜେ ଗାଡିରୁ ଓହ୍ଲାଇ ଆସି ଛାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏହା ସହ ତାଙ୍କୁ ତୁରନ୍ତ ମେଡିକାଲ ପଠାଇବା ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ। ଛାତ୍ରଙ୍କୁ ଉଠାଇକି ସେଠାରୁ ନେବା ପରେ ପୁନଃ ପରେଡରେ ଯୋଗ ଦେଇଥିଲେ। ମନ୍ତ୍ରୀଙ୍କ ମାନବିକତାକୁ ନେଇ ସାଧାରଣରେ ବେଶ ଚର୍ଚ୍ଚା କରାଯାଉଛି। ସ୍ଥାନୀୟ ଲୋକେ ମନ୍ତ୍ରୀ ବିଭୂତି ଭୂଷଣଙ୍କ ବେଶ ପ୍ରଶଂସା କରିଛନ୍ତି।

Advertisment