କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ଉପରେ ବିହାରର ବକ୍ସରରେ ଏସଡିଏମ୍ ଙ୍କ ସହ ଅଭଦ୍ରତା କରିବାର ମାମଲା ସାମ୍ନାକୁ ଆସିଛି । ଏସଡିଏମ୍ ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କୁ ଆଦର୍ଶ ଆଚାର ସଂହିତା ପାଳନର ନିୟମ କହିଲେ ଏବଂ ଅଧିକ ଗାଡି ନେବା ପାଇଁ ବାରଣ ମଧ୍ୟ କରିଥିଲେ । କିନ୍ତୁ ନିୟମ ମାନିବା ବଦଳରେ ଅଶ୍ୱିନୀ ଚୌବେ ଏସଡିଏମ୍ ଙ୍କ ଉପରେ ହିଁ ବିଗିଡିଗଲେ । ସେ କହିଲେ , କାହାର ଏତେ ସାହାସ ଅଛି ଗାଡିକୁ ଅଟଳାଇବ? ଅଧିକାରୀ ବାରମ୍ବାର ବକ୍ସର କିଲ୍ଲାରେ ଅନୁମତି ନେଇ ଅଧିକ ଗାଡି ନେବା ପାଇଁ ମନା କରିଥିଲେ କିନ୍ତୁ ଚୌବେ ତାଙ୍କ କଥା ମାନି ନଥିଲେ । ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ମାମଲାରେ ଆଦର୍ଶ ଆଚାର ସଂହିତା ଉଲ୍ଲଘଂନର ଏତଲା ଫାଇଲ୍ ହେବାକୁ ଯାଉଛି ।
#WATCH Union Minister Ashwini Kumar Choubey misbehaves with SDM KK Upadhyay in Buxar after the official had stopped his convoy for violating model code of conduct. #Bihar (30.3.19) pic.twitter.com/G7Fp96zOug
— ANI (@ANI) March 31, 2019
ଅଶ୍ୱିନୀ ଚୌବେ ବକ୍ସରରୁ ବିଜେପି ଲୋକସଭା ପ୍ରାର୍ଥୀ ଅଛନ୍ତି । ନିର୍ବାଚନ ପ୍ରଚାରରେ ପ୍ରଥମଥର ଟିକେଟ୍ ମିଳିବା ପରେ ସେ ବକ୍ସର କିଲ୍ଲାରେ ସଭା କରିବା ପାଇଁ ପହଂଚିଥିଲେ । କୁହାଯାଉଛି କି ସଭା ସମୟରେ କିଲ୍ଲ୍ା ମଇଦାନରେ ଅନୁମତି ମିଳିବା ପରେ ଅଧିକ ଗାଡିକୁ ଦେଖି ସଦର ଅନୁମଣ୍ଡଳ ପଦାଧିକାରୀ (ଏସଡିଏମ୍) କୃଷ୍ଣ କୁମାର ଉପାଧ୍ୟାୟ ଏବଂ ଏସଡିପିଓ ସତିଶ୍ କୁମାର ଉକ୍ତ ସ୍ଥାନରେ ପହଂଚି ଅଶ୍ୱିନୀ ଚୌବେଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ରାଗି ନିଆଁ ହୋଇଗଲେ ଏବଂ ସେ ଉକ୍ତ ସ୍ଥାନରେ ଉପସ୍ଥିତ ଥିବା ଅଧିକାରୀଙ୍କ ଜୋରଦାର ବିରୋଧ କରିଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ଉଗ୍ର ରୁପ ଦେଖିବାକୁ ମିଳିଥିଲା ।