କୋଣାର୍କକୁ ଘରୋଇ କମ୍ପାନୀକୁ ଟେକିଦେବା ଚର୍ଚ୍ଚା ପ୍ରସଙ୍ଗ । ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ କହିଲେ, ‘ଆଡପ୍ଟ –ଏ- ହେରିଟେଜ୍’ ଯୋଜନାରେ ବ୍ଲାକ ପାଗୋଡାର ହେବ ମରାମତି ଓ ରକ୍ଷଣାବେକ୍ଷଣ

38

କନକ ବ୍ୟୁରୋ: କୋଣାର୍କକୁ ଘରୋଇ କମ୍ପାନୀକୁ ଟେକିଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା । ସେ କହିଛନ୍ତି ‘ଆଡପ୍ଟ –ଏ- ହେରିଟେଜ୍’ ଯୋଜନାରେ କୋଣାର୍କର କେବଳ ମରାମତି ଓ ରକ୍ଷଣାବେକ୍ଷଣ କରାଯିବ । ସମ୍ପୂର୍ଣ୍ଣ ଘରୋଇ କରଣ ହେଲେ ଏହାକୁ ବିରୋଧ କରାଯିବ । ତେବେ ଲାଲ କିଲ୍ଲା ପରେ ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କୋଣାର୍କର ରକ୍ଷଣାବେକ୍ଷଣ ପାଇଁ କର୍ପୋରେଟ ହାତକୁ ଟେକି ଦେବା ନେଇ ଚର୍ଚ୍ଚା ଜୋର ଧରିଛି ।

konark sun temple

କେନ୍ଦ୍ର ସରକାରଙ୍କ ‘ଆଡପ୍ଟ –ଏ- ହେରିଟେଜ୍’ ଯୋଜନାର ପ୍ରଥମ ଫେଜ୍ ତାଲିକାରେ ରହିଛି କୋଣାର୍କ । ଏପରି ହେଲେ ଘରୋଇ ସଂସ୍ଥା ଏହାର ରକ୍ଷଣା ବେକ୍ଷଣା ଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ କରଣ ପର୍ଯ୍ୟନ୍ତ ସବୁ କାମ କରିବ । ସାରା ବିଶ୍ୱରୁ ପର୍ଯ୍ୟଟକମାନେ କୋଣାର୍କର କାରୁକାର୍ଯ୍ୟ ଦେଖିବାକୁ ଆସିଥାନ୍ତି । ଏସବୁକୁ ନିୟନ୍ତ୍ରଣ ଓ ପରିଚାଳନା କ୍ଷମତା ମଧ୍ୟ ରହିବ ଘରୋଇ ସଂସ୍ଥା ହାତରେ । ଓଡ଼ିଶାବାସୀ ଭାବାବେଗ ସହ କୋଣାର୍କ ଜଡିତ ଥିବାରୁ ମୋଦି ସରକାରଙ୍କ ଏପରି ନିଷ୍ପତି ଉପରେ ପ୍ରଶ୍ନ ଉଠିଛି ।

ଉଲ୍ଲେଖ ଥାଉ କି, ଲାଲ କିଲ୍ଲା ପରେ ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କୋଣାର୍କର ରକ୍ଷଣାବେକ୍ଷଣ ପାଇଁ କର୍ପୋରେଟ ହାତକୁ କେନ୍ଦ୍ର ସରକାର ଟେକି ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । କାରଣ ‘ଆଡପ୍ଟ –ଏ- ହେରିଟେଜ୍’ ଯୋଜନାର ପ୍ରଥମ ଫେଜ୍ ତାଲିକାରେ ରହିଛି କୋଣାର୍କ । ଅର୍ଥାତ୍ ଖୁବଶୀଘ୍ର ଘରୋଇ ସଂସ୍ଥା ହାତକୁ ଚାଲିଯାଇପାରେ ବ୍ଳାକ୍ ପାଗୋଡା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିଲା ।ଅନ୍ୟପଟେ,ଏପରି ହେଲେ ଘରୋଇ ସଂସ୍ଥା ଏହାର ରକ୍ଷଣା ବେକ୍ଷଣା ଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ କରଣ ପର୍ଯ୍ୟନ୍ତ ସବୁ କାମ କରିବ । ସାରା ବିଶ୍ୱରୁ ପର୍ଯ୍ୟଟକମାନେ କୋଣାର୍କର କାରୁକାର୍ଯ୍ୟ ଦେଖିବାକୁ ଆସିଥାନ୍ତି । ଏସବୁକୁ ନିୟନ୍ତ୍ରଣ ଓ ପରିଚାଳନା କ୍ଷମତା କେନ୍ଦ୍ର ପାଖରେ ରହିବାକୁ ନେଇ ଜନଅସନ୍ତୋଷ ଦେଖାଦେଇଥିଲା ।