‘ପରୀ’ ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖିଲେ ମନ୍ତ୍ରୀ ଅରୁଣ ସାହୁ । କହିଲେ, ସତ୍ୟର ଉନ୍ମୋଚନ ହେଉ, ପରୀକୁ ନ୍ୟାୟ ମିଳୁ…

431

କନକ ବ୍ୟୁରୋ: ପରୀ ପ୍ରସଙ୍ଗରେ ନୟାଗଡ ନିଆଁ ହୁତୁହୁତୁ ହୋଇ ଜଳିବା ପରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଆଜି ବିଧାନସଭାରେ ମନ୍ତ୍ରୀ ଅରୁଣ ବିବୃତି ରଖିଛନ୍ତି । କହିଛନ୍ତି, ପରୀ ମୃତ୍ୟୁ ଘଟଣା ମତେ ମର୍ମାହତ କରିଛି । ମୁଁ ହିଂସାର ଘୋର ବିରୋଧୀ । କ୍ରାଇମବ୍ରାଞ୍ଚ ଉପରେ ମୋର ପୂରା ବିଶ୍ୱାସ ରହିଛି । କ୍ରାଇମବ୍ରାଞ୍ଚ ତଦନ୍ତ କରି ପରୀ ପରିବାରକୁ ଉପଯୁକ୍ତ ନ୍ୟାୟ ଦେବ । ତେଣୁ ଏହି ପ୍ରସଙ୍ଗକୁ ନେଇ ଅଯଥା ରାଜନୀତି କରାନଯାଉ । ପରୀ ନ୍ୟାୟ ପାଉ, ସତ୍ୟର ଉନ୍ମୋଚନ ହେଉ ବୋଲି ଗୃହରେ ବିବୃତି ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।

ତେବେ ନୟାଗଡର ନାବାଳିକା ପରୀ ମୃତ୍ୟୁ ମାମଲାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ବିଧାନସଭା ଆଗରେ ପରୀର ବାପାମାଆ ଆତ୍ମାହୂତି ପାଇଁ ଉଦ୍ୟମ କରିବା ପରେ ସାରା ରାଜ୍ୟରେ ଜଳିଥିଲା ନୟାଗଡ ନିଆଁ । ସବୁଠି ପରୀକୁ ନ୍ୟାୟ ଦେବାକୁ ଦାବି ଉଠିଥିଲା । ଆଉ ମନ୍ତ୍ରୀ ଅରୁଣ ସାହୁଙ୍କୁ ଟାର୍ଗେଟ କରି ବିଧାନସଭାରେ କମ୍ପିଥିଲେ ବିରୋଧୀ । ଆଉ ଆଜି ଗୃହରେ ବିବୃତି ରଖିଛନ୍ତି ମନ୍ତ୍ରୀ ଅରୁଣ ।