ଗୁପ୍ତ କୋଠରୀକୁ ଆସୁଥିଲେ ନେତା ଓ ମନ୍ତ୍ରୀ, ରାତିରେ ଆସୁଥିଲେ, ସକାଳେ ଫେରୁଥିଲେ ।

1,035

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡ ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗୋଟିଏ ପଟେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଗିରଫ ହୋଇଥିବା ବେଳେ ଏବେ ତାଙ୍କ କଲେଜ ଭିତରେ ଚାଲୁଥିବା କଳାକାହାଣୀ ଉପରେ ଧୀରେ ଧୀରେ ପରଦା ହଟିବାରେ ଲାଗିଛି । କଲେଜରେ ପଢୁଥିବା ଜଣେ ଛାତ୍ର ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଛାତ୍ରଙ୍କ କହିବା ଅନୁଯାୟୀ, କଲେଜରେ ଥିବା ଗୁପ୍ତ କୋଠରୀକୁ ନେତା ଓ ମନ୍ତ୍ରୀ ଆସୁଥିଲେ । ଗୁପ୍ତ କୋଠରୀଙ୍କୁ ଯୁବତୀମାନଙ୍କୁ ନିଆଯାଉଥିଲା । ଏପରିକି ରାତିରେ ଆସି ସକାଳେ ଫେରୁଥିଲେ ନେତା ଓ ମନ୍ତ୍ରୀ ।

ଏହାବାଦ୍ କିଛି ଝିଅଙ୍କୁ ଭୁବନେଶ୍ୱର ନିଆଯାଉଥିଲା ବୋଲି ଅଭିଯୋଗ  ଆଣିଛନ୍ତି ଛାତ୍ର ।  ପ୍ରତିବାଦ କରିବାକୁ କାହାରିକୁ ସୁଯୋଗ ଦିଆଯାଉନଥିଲା । ଡରାଇ ଧମକାଇ ଛାତ୍ର ମାନଙ୍କୁ ଚୁପ୍ କରାଯାଉଥିଲା । ପ୍ରତିବାଦ କଲେ ଦଣ୍ଡ ଦିଆଯାଉଥିଲା । ପ୍ରଭାବଶାଳୀ ଲୋକମାନେ ଏଠାକୁ ଆସୁଥିଲେ, ଗୋବିନ୍ଦ ସାହୁଙ୍କ ବ୍ୟତୀତ ଅନ୍ୟ କାହାକୁ ଗୁପ୍ତ କୋଠରୀକୁ ଯିବା ପାଇଁ ଅନୁମତି ନଥିଲା ବୋଲି କହିଛନ୍ତି ଛାତ୍ର ।

ଏହାପୂର୍ବରୁ ଗତକାଲି ମଧ୍ୟ ଜଣେ ଛାତ୍ର ଅଭିଯୋଗ ଆଣିଥିଲେ ଯେ କଲେଜର ଲେଡିଜ ହଷ୍ଟେଲକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆସୁଥିଲେ । ଏହାସହ ମାଲିକ ଗୋବିନ୍ଦ ସାହୁ ଲେଡିଜ ହଷ୍ଟେଲରେ ଦିନ ରାତି ରହୁଥିଲା ବୋଲି କହିଥିଲେ ଛାତ୍ର । କଲେଜରେ ଅନ୍ୟମାନଙ୍କୁ ମୋବାଇଲ ମନା ଥିବା ବେଳେ କିଛି ଯୁବତୀଙ୍କୁ ମୋବାଇଲ ନେବାକୁ ଅନୁମତି ମିଳିଥିଲା । ଯେଉଁମାନେ ସେକ୍ସ ରାକେଟରେ ସାମିଲ ଥିଲେ ସେମାନଙ୍କୁ ମୋବାଇଲ ପାଇଁ ଅନୁମତି ଦିଆଯାଉଥିଲା ବୋଲି କହିଥିଲେ ଛାତ୍ର ।