କନକ ବ୍ୟୁରୋ : ମୋଟୁ ଆଇଆଇସିଙ୍କ ଖଣି ଲିଙ୍କ୍ । ଗତକାଲି ମୋଟୁ ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ ୨ ଲକ୍ଷ ୮୦ ହଜାର ନଗଦ ଟଙ୍କା ନେଇ କଟକ ଅଭିମୁଖେ ଯାଉ ଥିବା ବେଳେ ଖୋର୍ଦ୍ଧାରେ ଭିଜିଲାନ୍ସ ହାତରେ ଧରା ପଡିଥିଲେ । ତେବେ ଏହା ସବୁ ଖଣି ମାଫିଆଙ୍କ ଠାରୁ ବଟି ଆଦାୟ ଟଙ୍କା ବୋଲି ଅଭିଯୋଗ କରିଛି କଂଗ୍ରେସ । ଗତ ଶନିବାର ଦିନ ଭିଜି ଗ୍ରାନାଇଟ୍ସ ନାମକ କମ୍ପାନୀର ୯ଟି ଟ୍ରଲର ଯୋଗେ ଗ୍ରାନାଇଟ ପଥର ପରିବହନ ହେଉଥିଲା । ଆଉ ଉଚିତ ନଥି ପତ୍ର ନଥାଇ ଏହି ଗ୍ରାନାଇଟ ଚାଲାଣ ହେଉଥିବା କଂଗ୍ରେସ ନେତା ପ୍ରଦୀପ ମାଝୀ ଅଭିଯୋଗ କରିଥିଲେ । ତେବେ କେବଳ ଏମଭି ଚେକିଙ୍ଗର କଥା କହି ପ୍ରାୟ ଦିନକ ପରେ ୯ଟି ଟ୍ରଲରକୁ ଛାଡି ଦିଆଯାଇଥିଲା । ଏହି ଘଟଣା ରେ ମୋଟୁ ଆଇଆଇସି ଏବଂ ମାଲକାନଗିରି ପୁଲିସ ମୋଟା ଅଙ୍କର ଲାଂଚ ନେଇ ଥିବା ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି ।
ଗିରଫ ହେଲେ ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ତାଙ୍କୁ ଗିରଫ କରିଛି । ମୋଟୁରୁ କଟକ ଫୁଲ ନଖରା ଆସୁଥିବା ବେଳେ ଖୋର୍ଦ୍ଧାରେ ଗିରଫ କରିଛି ଭିଜିଲାନ୍ସ । ଏକ ଏସୟୁଭି କାରରେ ଯାଉଥିବା ବେଳେ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ଧରିଥିଲା । ତାଙ୍କ ଗାଡ଼ିରୁ ନଗଦ ଦୁଇ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଥିଲା । ଟଙ୍କା ବାବଦ କୌଣସି ତଥ୍ୟ ଦେଇନପାରିବାରୁ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ସୁଶାନ୍ତଙ୍କ ଫୁଲନଖରା ସ୍ଥିତ ଘର ଓ କଟକ ଶ୍ୱଶୁର ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଗିରଫ ମୋଟୁ ଥାନା ଅଧିକାରୀଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।