କନକ ବ୍ୟୁରୋ: ଜଙ୍ଗଲରେ ବେଆଇନ୍ ଖନନ କରୁଛନ୍ତି ଖବର ପାଇ ଚଢଉ ପାଇଁ ପହଞ୍ଚିଥିଲେ ବନ ବିଭାଗ କର୍ମଚାରୀ ଓ ଅଧିକାରୀ । ସେଠାରେ ଖନନ କାର୍ଯ୍ୟରେ ଲାଗିଥିବା ଜେସିବିକୁ ଜବତ କରି ଫେରିବା ବେଳକୁ ଓଲଟି ମାଫିଆ ତାଙ୍କୁ ବନ୍ଧକ ବନେଇଥିଲେ ଏବଂ ନିସ୍ତୁକ ପିଟିଥିଲେ । ଜବତ ହୋଇଥିବା ଜେସିବିକୁ ବି ନେଇଯାଇଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ବିହାର ନୱାଦ ବନାଞ୍ଚଳରେ ।

Advertisment

ସୂଚନା ମୁତାବକ, ନୱାଦା ରଜୌଲି ଥାନା ଅଧିନରେ ଥିବା ସିମର ଓ ଖିଡକିୟା ଜଙ୍ଗଲରେ ମାଫିଆ ଅବୈଧ ଖନନ କରୁଥିବା ଦାୟିତ୍ୱରେ ଥିବା ଡିଏଫଓ ସଞ୍ଜୀବ ରଞ୍ଜନ ପାଇଥିଲେ । ଫଳରେ ସେ ଚଢଉ ପାଇଁ ଫରେଷ୍ଟର, ରେଞ୍ଜର ଓ ଡ୍ରାଇଭରଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ହେଲେ ସେଠାରେ ତାଙ୍କୁ ପାଲଟା ଆକ୍ରମଣ କରିଥିଲେ ମାଫିଆ । ଅହତ ବନ ବିଭାଗ କର୍ମଚାରୀ ଓ ଅଧିକାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଡିଏଫଓଙ୍କ ସୂଚନା ମୁତାବକ, ବନ କର୍ମଚାରୀମାନେ ଯଥେଷ୍ଟ ପରିମାଣରେ ମାଫିଆଙ୍କର ଭିଡିଓ ରେକର୍ଡ କରିଥିଲେ । ଯେଉଁଥିରୁ ସେମାନଙ୍କର ପରିଚୟ ମିଳିସାରିଛି । ସେମାନଙ୍କୁ ଖୋଜା ଚାଲିଛି ।