ମାଲକାନଗିରିରେ ଚାଲିଛି ଖୁଲମଖୁଲା ଲୁଟ୍: ଖଣିଜ ପଥର ଲୁଟ୍ କରୁଛନ୍ତି ତେଲଙ୍ଗାନା ଠିକାଦାର

80

କନକ ବ୍ୟୁରୋ: ଲଘୁ ଖଣିଜ ପଦାର୍ଥ ଚୋରୀ ଘଟଣା ପରେ ମାଲକାନଗିରିରେ ଖୁଲମ ଖୁଲା କ୍ୱାର୍ଜ ପଥର ଚୋରୀ ଘଟଣା ସାମ୍ନାକୁ ଆସିଛି । ତେଲେଙ୍ଗାନାର ଖଣି ମାଫିଆ ମାନେ ଜିଲ୍ଲାର ମୋଟୁ ତହସିଲ ରେ ବେଆଇନ ଭାବେ ବହୁ ମୁଲ୍ୟ କ୍ୱାର୍ଜ ପଥର ଚୋରି କରୁଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ସବୁ ଜାଣି ଶୁଣି ଚୁପ ବସିଥିଲା ସ୍ଥାନୀୟ ପ୍ରଶାସନ ।

ମାଲକାନଗିରି ଜିଲ୍ଲାରେ ଖୁଲ୍ଲମ ଖୋଲ୍ଲା ଚାଲିଛି ଖଣି ଲୁଟ । ବହୁ ମୁଲ୍ୟ ଖଣି ଖଦାନ ଗୁଡିକୁ ଲୁଟି ନେଉଛନ୍ତି ତେଲେଙ୍ଗାନା ଠିକାଦାର । ଆଉ ସବୁ ଜାଣି ଶୁଣି ଚୁପ ବସିଛି ରାଜସ୍ୱ ବିଭାଗ । ଖଣି ଖଦାନ ଲୁଟର ଏପରି ଚାଂଚଲ୍ୟକର ଖବର ଆସିଛି ପୁଣି ସେଇ ମାଲକାନଗିରି ଜିଲ୍ଲାରୁ । ମୋଟୁ ତହସିଲ ଅନ୍ତର୍ଗତ କୁନାନପାଲି ଗାଁ ମୁଣ୍ଡରେ କ୍ୱାର୍ଜ ଖାଦାନ ଥିବା ନେଇ ତେଲେଙ୍ଗାନାର କିଛି ଖଣି ମାଫିଆ ସର୍ଭେ କରିଥିଲେ । ପରେ ସ୍ଥାନୀୟ ଆଦିବାସୀଙ୍କୁ ଦୈନିକ ମୁଲିଆ ଭାବେ ନିୟୋଜିତ କରି ବହୁ ମୁଲ୍ୟ କ୍ୱାର୍ଜ ପଥର ଲୁଟି ନେଇଛନ୍ତି । ୩୨୬ନଂ ଜାତୀୟ ରାଜପଥରୁ ୨ କିଲୋମିଟର ରାସ୍ତା ନିର୍ମାଣ କରି ଏହି ବହୁ ମୁଲ୍ୟ ପଥରକୁ ହାଇଦ୍ରାବଦ ଚାଲାଣ କରୁଥିଲେ ତେଲେଙ୍ଗାନାର କିଛି ମାଫିଆ । ଗତ ତିନି ମାସ ଧରି ପ୍ରଶାସନର ନାକ ତଳେ ବେଆଇନ ଖଣି ଖନନ ଚାଲିଥିବା ବେଳେ ତହସିଲ କର୍ମଚାରୀ ସବୁ ଜାଣି ଚୂପ ବସିଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ତେବେ ଖଣି ଚୋରୀ ଖବର ପ୍ରସାରଣ ପରେ ମୋଟୁ ତହସିଲଦାର ଘଟଣା ସ୍ଥଳରେ ଅନୁଧ୍ୟାନ କରି ନାଲି ପତାକା ମାରିଛନ୍ତି । କୋରାପୁଟ ସ୍ଥିତ ଖଣି ଉପନିର୍ଦେଶକ ଓ ରାଜ୍ୟ ସରକାରଙ୍କ ଭୁତତ୍ୱ ବିଭାଗକୁ ଏ ସମ୍ପର୍କରେ ଅବଗତ କରାଯାଇଥିବା ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ କହିଛନ୍ତି ।