କନକ ବ୍ୟୁରୋ: ଖଣି ଦୁର୍ନୀତି ପ୍ରସଙ୍ଗରେ ଉଠିଲା ପଡିଲା ଗୃହ । ବିଧାନସଭାରେ ଖଣି ଦୁର୍ନୀତି ନେଇ ବିରୋଧୀ କଂଗ୍ରେସର ହଟ୍ଟଗୋଳ । ଖଣି ଅନିୟମିତତା ପ୍ରସଙ୍ଗରେ ଆଲୋଚନା କରିବାକୁ କଂଗ୍ରେସ ଚାହୁଁଥିଲେ ବି ବାଚସ୍ପତି ଉକ୍ତ ପ୍ରସଙ୍ଗକୁ ଏଡାଇ ଯାଉଥିବା କହି ତାତିଛନ୍ତି ତାରା । ବାଚସ୍ପଚିଙ୍କ ପୋଡିୟମ ଉପରକୁ ଚେୟାର ଉଠାଇଛନ୍ତି ତାରା । ପୋଡିୟମ ତଳେ ଥିବା ଚେୟାର ଉଠାଇବା ସମୟରେ ତାରାଙ୍କ ଠାରୁ ଚେୟାର ଛଡାଇ ନେଇଛନ୍ତି ସୁରକ୍ଷାକର୍ମୀ । ଉତ୍ୟକ୍ତ ହୋଇ ବିଧାୟକ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଇୟର ଫୋନ୍ ବି ଫିଙ୍ଗିଲେ । ଏହା ପରେ କକ୍ଷତ୍ୟାଗ କରିଥିବା ସୂଚନା ।
ତେବେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ତାରା । ୧୦୪ଟି ଖଣି ମାଲିକ ଓଡିଶାର ସମ୍ପତି ହରି ଲୁଟ୍ କରିଥିବା ଅଭିଯୋଗ ଆଣିଛନ୍ତି ତାରା । ସେପଟେ ଆଜି ପାନୀୟ ଜଳ ପ୍ରକଳ୍ପ ଓ ପିଇବା ପାଣି ସଙ୍କଟ ନେଇ ଗୃହରେ ଉଦବେଗ ବି ପ୍ରକାଶ ପାଇଛି । ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ବିଳମ୍ବ ନେଇ ଗୃହରେ ଆଲୋଚନା ବେଳେ ପିଇବା ପାଣି ପ୍ରସଙ୍ଗ ମଧ୍ୟ ଉଠାଇ ଉଭୟ ଶାସକ ଓ ବିରୋଧୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖରାଦିନେ ପିଇବା ପାଣି ସଙ୍କଟ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/03/10-35.jpg)