କନକ ବ୍ୟୁରୋ : ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ଗାଁର ଲୋକେ । ବିକାଶ କଣ ଏମାନଙ୍କୁ ଜଣାନହିଁ । ଏଭଳି ଚିତ୍ର ଦେଖିବାକୁ ମିଳିଛି ରାୟଗଡା ବୈରାଗିହାଲୁଆ ପଚାଂୟତ ପଣସଗୁଡା ଗାଁର । ଗାଁଟି ଆନ୍ଧ୍ର-ଓଡିଶା ସୀମାନ୍ତରେ ରହିଥିବା ବେଳେ ବିଭିନ୍ନ ସମସ୍ୟା ଭିତରେ ଘାଂଟି ହେଉଛନ୍ତି ଗାଁର ଲୋକମାନେ । ପ୍ରାୟ ୨୧ଟି ପରିବାର ରହୁଥିବା ବେଳେ ଗାଁକୁ ଭଲ ରାସ୍ତାଟିଏ ନାହିଁ । ଯାହାଫଳର ଆମ୍ବୁଲାନ୍ସ ବି ଆସିପାରେନି । ଶିକ୍ଷା ସ୍ୱାସ୍ଥ୍ର୍ୟ ବି ବିପର୍ଯ୍ୟସ୍ତ ହୋଇପଡିଛି । ତା ସହିତ ରହିଛି ଏକମାତ୍ର ନଳକୂଅ । ହେଲେ ସେଥିରୁ ବାହାରୁଥିବା ଲୌହଯୁକ୍ତ ପାଣି ପିଇ ରୋଗାକ୍ରାନ୍ତ ହୋଇପଡୁଛନ୍ତି ଲୋକେ । ପିଇବାପାଣି ମୁନ୍ଦାଏ ପାଇଁ ଲୋକେ ବାଧ୍ୟ ହେଇ ଦୂରକୁ ଯାଇ ନଦୀ ପାଣି ସଂଗ୍ରହ କରୁଛନ୍ତି । ରାତିପାହିଲେ ଛୋଟରୁ ବଡ ସମସ୍ତେ ଲାଗିପଡିଛନ୍ତି ପାଣି ସଂଗ୍ରହରେ । ସବୁଠୁ ବଡ କଥା ହେଲା ଏଠାକାର ଲୋକେ ଅନ୍ଧାରରେ ଜୀବନ କାଟନ୍ତି । ଗାଁର ସମସ୍ୟା ନେଇ ବହୁବାର ଅଭିଯୋଗ ହୋଇଥିଲେ ବି କୌଣସି ସମାଧାନ ହୋଇନି । ଯାହାକୁ ନେଇ ଅସନ୍ତୋଷ ବଢିଚାଲିଛି ।

Advertisment

ଜରୁରୀକାଳୀନ ଅବସ୍ଥାରେ ରୋଗୀଙ୍କ ପାଇଁ ଚିକିତ୍ସା ଏଠି ସ୍ମପ୍ନ ପାଲଟିଛି । କେବଳ ସେତିକି ନୁହେଁ ଚିକିତ୍ସା ପାଇଁ ଲୋକେ ଆନ୍ଧ୍ର କ୍ୱାକ୍ ମାନଙ୍କ ଉପରେ ଭରସା କରୁଛନ୍ତି । ଖୁବଶୀଘ୍ର ଏହି ସମସ୍ୟାର ସମାଧନା ନହେଲେ ଗାଁର ଲୋକେ ଭୋଟ୍ ବର୍ଜନ କରିବାର ଚେତାବନି ଦେଇଛନ୍ତି । ଅନ୍ୟପଟେ ଯୁଦ୍ଧ କାଳିନ ଭିତିରେ ଲୋକଙ୍କ ସମସ୍ୟାର ସମାଧାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇ ପଣସଗୁଡା ଗ୍ରାମବାସୀଙ୍କ ଦୁଃଖ ଦୂର କରାଯିବା ଜରୁରୀ ହୋଇଛି ।