ଭୁବନେଶ୍ୱରରେ ଖୋଲିଲା ମିନି ୱେଦର ଷ୍ଟେସନ୍ । ବର୍ଷାର ପରିମାଣ, ବାରୋମେଟ୍ରିକ ପ୍ରେସର ନେଇ ଦେବ ସୂଚନା ।

163

କନକ ବ୍ୟୁରୋ: ଭୁବନେଶ୍ୱରରେ ଖୋଲିଲା ମିନି ୱେଦର ଷ୍ଟେସନ । ହାଇଦ୍ରାବାଦରେ ଅବସ୍ଥାପିତ ଆମେରିକା କନସୁଲେଟ ଜେନେରାଲଙ୍କ ସହଯୋଗ ଓ ନ୍ୟୁୟର୍କର ସିଟି ୟୁନିଭର୍ସିଟି ସହାୟତାରେ ବକୁଳ ଲାଇବ୍ରେରୀ ପରିସରରେ ଏହି ୱେଦର ଷ୍ଟେସନ ସ୍ଥାପନ କରାଯାଇଛି । ଏହି ମିନି ପାଣିପାଗ କେନ୍ଦ୍ର ଦ୍ୱାରା ପବନର ବେଗ, ଗତିବିଧି, ଗୁଳୁଗୁଳି ଆକଳନ କରିହେବ । ଏହାସହ ବର୍ଷାର ପରିମାଣ, ବାରୋମେଟ୍ରିକ ପ୍ରେସର ନେଇ ସୂଚନା ମିଳିପାରିବ ।

ସୌରଚାଳିତ ଏହି ମିନି ୱେଦର ଷ୍ଟେସନରେ ୱେରଲେସ୍ ଟ୍ରାନ୍ସମିଶନ ସୁବିଧା ରହିଛି । ଏହାର ଉଦଘାଟନ ଅବସରରେ ଆମେରିକାର କନସୁଲେଟ ଜେନେରାଲ ନିଲ କାଦର, ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରମୁଖ ସଚିବ ଚିତ୍ରା ଅରୁୁମୁଗମଙ୍କ ବହୁ ବିଶେଷଜ୍ଞ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।