କନକ ବ୍ୟୁରୋ: ମଧ୍ୟପ୍ରଦେଶ ଦତିଆରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ବୁହାରା ନଦୀରେ ଖସିପଡିଛି ଏକ ମିନି ଟ୍ରକ୍, ଫଳରେ ଘଟଣାସ୍ଥଳରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି ।

Advertisment

ସୂଚନା ମୁତାବ. ଗ୍ୱାଲିଅର ବିଲହେଟି ଗାଁରୁ ଏକ ବିବାହ ଉତ୍ସବରେ ଯୋଗ ଦେଇ ଲୋକେ ଏକ ମିନିଟ୍ରକ୍ ଯୋଗେ ଟିକାମଗଡକୁ ଫେରୁଥିଲେ । ବୁହାରା ଗାଁ ନିକଟରେ ଏକ ନିର୍ମାଣାଧିନ ବ୍ରିଜ୍ ନିକଟରେ ଟ୍ରକ ଭାରସାମ୍ୟ ହରାଇ ନଦୀରେ ଖସିପଡିଥିଲା । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଏକ ଘଟଣାରେ ଶୋକପ୍ରକାଶ କରିଛନ୍ତି । ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ସେ ଗୁରୁତ୍ୱ ଦେଇଛନ୍ତି ।