କନକ ବ୍ୟୁରୋ: ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନି ଆଦିତ୍ୟ ଆଲୁମିନିୟମ ସମ୍ବଲପୁରର ପାଞ୍ଚଟି ସ୍କୁଲରେ ମିନି ସାଇନ୍ସ ସେଣ୍ଟର ସ୍ଥାପନ କରିଛି । ଯାହା ଏସଟିଇଏମ୍ ଶିକ୍ଷାର ବିକାଶ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ । ଏହାଦ୍ବାରା ବିଜ୍ଞାନ ଓ ପ୍ରଯୁକ୍ତିକୁ ଅଧ‌ିକ ସୁଗମ କରିବା ଏବଂ ଏସଟିଇଏମ ( ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ଗଣିତ)ସମ୍ପର୍କରେ ବୁଝିବାକୁ ସହାୟକ ହେବ ।

Advertisment

ଏନେଇ ଆଦିତ୍ୟ ଆଲୁମିନିୟମର ୟୁନିଟ୍ ହେଡ୍ ଜଗନ୍ନାଥ ପ୍ରସାଦ ନାୟକ କହିଥିଲେ, “ଆମେ ଏକ ପ୍ରଗତିଶୀଳ ସମାଜ ନିମନ୍ତେ ଶିକ୍ଷା ମୂଳାଧାର ବୋଲି ବିଶ୍ଵାସ କରୁଛୁ । ଯୁବବର୍ଗ ବିଜ୍ଞାନର ଦୁନିଆକୁ ଜାଣିବା ସକାଶେ ସେମାନଙ୍କ ପାଇଁ ଶିକ୍ଷାଗତ ବିକାଶକୁ ପୃଷ୍ଠପୋଷକତା କରିବା ଏବଂ ସୁଯୋଗ ସୃଷ୍ଟି କରିବା ନିମନ୍ତେ ମିନି ସାଇନ୍ସ ସେଣ୍ଟରଗୁଡ଼ିକ ଆମ ପ୍ରତିବଦ୍ଧତାର ଅଂଶ ହୋଇଛି । ସମ୍ବଲପୁରରେ ସ୍କୁଲଗୁଡିକୁ ସମର୍ଥନ କରି ଆମେ ଗର୍ବିତ ଅନୁଭବ କରୁଛୁ ଏବଂ ଏସଟିଇଏମ୍ ବିଷୟଗୁଡିକରେ ଛାତ୍ରଛାତ୍ରୀ ଉତ୍କର୍ଷ ହାସଲ କରିବା ଆଶା ରଖୁଛୁ ।”

ddad
Aditya Aluminium Photograph: (KanakNews)

ପରୀକ୍ଷାମୂଳକ ଶିକ୍ଷା ଆହରଣକୁ ସମର୍ଥନ କରୁଥିବା ଗୁଣାତ୍ମକ ଶିକ୍ଷାଦାନ ସହାୟକ ବ୍ୟବସ୍ଥା ପ୍ରଚଳନ ଦ୍ଵାରା ପାରମ୍ପରିକ ଶିକ୍ଷାଦାନ ପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ମିନି ସାଇନ୍ସ ସେଣ୍ଟର ଡିଜାଇନ କରାଯାଇଛି । ଛାତ୍ରଛାତ୍ରୀଙ୍କର କୌଶଳତାରେ ଉନ୍ନତି ଆଣିବା ଉପରେ ଗୁରୁତ୍ବ ଦିଆଯିବ । ଏହି ସେଣ୍ଟର ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନିମନ୍ତେ ସେମାନଙ୍କର ବିଜ୍ଞାନ ସମ୍ପର୍କିତ ଜ୍ଞାନ ସମ୍ପର୍କରେ ଜାଣିବା ଏବଂ ତାହା ପ୍ରଦର୍ଶନ କରିବାକୁ ଏକ ମଞ୍ଚ ଯୋଗାଇ ଦେଇଛି ।

ଆର୍ଥିକ ବର୍ଷ (୨୦୨୪-୨୫)ରେ ଆଦିତ୍ୟ ଆଲୁମିନିୟମ ୫ଟି ମନୋନୀତ ସ୍କୁଲ ମଧ୍ୟରୁ ପ୍ରତ୍ୟେକକୁ ୮୦ଟି ବିଜ୍ଞାନ ଉପକରଣ ପ୍ରଦାନ କରିଥିଲା । ଯାହାଦ୍ବାରା ୫ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୬୯୭ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ଏହି ଉପକରଣ ଦ୍ବାରା ବିଜ୍ଞାନ ଓ ଗଣିତ ବିଷୟକୁ ପ୍ରତ୍ୟକ୍ଷ ଶୈଳୀରେ ଶିକ୍ଷାଦାନ କରିବା ପାଇଁ ସ୍କୁଲଗୁଡ଼ିକର ଉଲ୍ଲେଖନୀୟ ସାମର୍ଥ୍ୟ ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଭିତ୍ତିଭୂମି ସହିତ କମ୍ପାନି ମଧ୍ୟ ଶିକ୍ଷକମାନଙ୍କ ନିମନ୍ତେ ଟ୍ରେନିଂ ଫର ଟ୍ରେନର୍ସ (ଟିଓଟି) କାର୍ଯ୍ୟକ୍ରମ ଆୟୋଜନ କରିଥିଲା, ଯାହାଦ୍ଵାରା ସେମାନେ ଏହି ନୂତନ ସମ୍ବଳକୁ ସଫଳତାର ସହ ବ୍ୟବହାର କରିବା ନିମନ୍ତେ ପୂର୍ବ ପ୍ରସ୍ତୁତ ହେବା ସୁନିଶ୍ଚିତ କରାଯାଇଥିଲା । ମିନି ସାଇନ୍ସ ସେଣ୍ଟର ଉଦଘାଟନ ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବିଶେଷ ଆଗ୍ରହ ଦେଖିବାକୁ ମିଳିଥିଲା ।

ମନୋଜ ନାୟକ, ପ୍ରଧାନଶିକ୍ଷକ, ଇପଙ୍ଗା ସରକାରୀ ହାଇସ୍କୁଲ, ନିଜର କୃତଜ୍ଞତା ପ୍ରକାଶ କରି କହିଥିଲେ, “ ମିନି ସାଇନ୍ସ ସେଣ୍ଟର ଆମ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଜ୍ଞାନ ବିଷୟରେ ନିୟୋଜିତ ରହିବା କ୍ଷେତ୍ରରେ ରୂପାନ୍ତରଣ ଆଣିଛି । ଏହି ପ୍ରତ୍ୟକ୍ଷ ଅନୁଭୂତି ସେମାନଙ୍କର ଶିକ୍ଷାଗତ ଅଭିବୃଦ୍ଧି ନିମନ୍ତେ ବହୁ ମୂଲ୍ୟବାନ ବିବେଚିତ ହୋଇଛି ।” ନବମ ଶ୍ରେଣୀର ଜଣେ ଛାତ୍ର ଆଲୋକ ସାହୁ ନିଜର ଉତ୍ସାହ ପ୍ରକାଶ କରି କହିଥିଲେ, “ମୁଁ ସର୍ବଦା ବିଜ୍ଞାନ ବିଷୟକୁ ଚାଲେଞ୍ଜପୂର୍ଣ୍ଣ ବିଷୟ ବୋଲି ଭାବୁଥିଲି, କିନ୍ତୁ ନୂଆ ଉପକରଣଗୁଡ଼ିକ ଶିକ୍ଷା ଆହରଣକୁ ମଜାଦାର ଓ ବୁଝିବା ନିମନ୍ତେ ସହଜ କରିଦେଉଛି । ଏବେ ମୁଁ ପରୀକ୍ଷା ନିରୀକ୍ଷା କରିପାରିବି, ଯାହା ପୂର୍ବରୁ କେବଳ ଲିଖିତ ଭାବରେ ରହୁଥିଲା ।

ମିନି ସାଇନ୍ସ ସେଣ୍ଟର ସ୍ଥାପନରୁ ପ୍ରଭାବୀ ଫଳାଫଳ ଦେଖିବାକୁ ମିଳିଛି । ଏକ ସର୍ଭେରୁ ଜଣାଯାଇଛି ଯେ, ଛାତ୍ରଛାତ୍ରୀ ବିଜ୍ଞାନ ଉପକରଣଗୁଡ଼ିକୁ ନେଇ ସକ୍ରିୟ ଭାବରେ ନିୟୋଜିତ ରହୁଛନ୍ତି ଏବଂ ଶିକ୍ଷକମାନେ ଗୁରୁତ୍ବ ଦେଇ ଏହି ଉପକରଣଗୁଡ଼ିକୁ ସେମାନଙ୍କ ଶିକ୍ଷାଦାନରେ ସାମିଲ କରୁଛନ୍ତି । ଡିଇଟି ଅନ୍ତର୍ନିବେଶୀ କାର୍ଯ୍ୟକ୍ରମ ଅବସରରେ ମୂଲ୍ୟାୟନ ପରବର୍ତ୍ତୀ ଭାବ ବିନିମୟ ଏବଂ ପ୍ରଦର୍ଶନଗୁଡ଼ିକ ଏହି ପ୍ରୟାସର ପ୍ରଗତିଶୀଳ ପ୍ରଭାବ ସୁନିଶ୍ଚିତ କରିଥିଲା ।

ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମିନି ସାଇନ୍ସ ସେଣ୍ଟରଗୁଡିକର ଫାଇଦା ସମ୍ପର୍କରେ ଆଲୋକପାତ କରିବା ସହିତ ଆଦିତ୍ୟ ଆଲୁମିନିୟମକୁ ତାହାର ସମର୍ଥନ ନିମନ୍ତେ ପ୍ରଶଂସା କରିଛନ୍ତି । ଏକ ଦାୟିତ୍ଵସମ୍ପନ୍ନ କର୍ପୋରେଟ୍ ସଂସ୍ଥା ଭାବେ ସମାଜକୁ ନିରନ୍ତର ପ୍ରେରଣା ଦେଉଛି । ଆଦିତ୍ୟ ବିର୍ଲା ଗ୍ରୁପ୍ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିପାରିଛି । ଗ୍ରୁପ୍‌ର କର୍ପୋରେଟ୍ ସାମାଜିକ ଦାୟିତ୍ଵ ନିର୍ବାହନ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆଦିତ୍ୟ ବିର୍ଲା ସେଣ୍ଟର୍ ଫର୍ କମ୍ୟୁନିଟି ଇନିସିଏଟିଭସ୍ ଆଣ୍ଡ୍ ରୁରାଲ ଡେଭଲପମେଣ୍ଟ୍ ଦ୍ଵାରା ପରିଚାଳିତ ହେଉଛି । ଗ୍ରୁପ୍‌ର ଲକ୍ଷ୍ୟ ହେଉଛି ଏହା ନିଜର କାର୍ଯ୍ୟ ପରିଚାଳନା କରୁଥିବା ଅଞ୍ଚଳର ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ସକ୍ରିୟ ଅବଦାନ ରଖିବା । ଏହାଦ୍ଵାରା ସମାଜର ଦୁର୍ବଳ ବର୍ଗଙ୍କ ନିମନ୍ତେ ଏକ ଉନ୍ନତ ଏବଂ ଦୀର୍ଘସ୍ଥାୟୀ ଜୀବନଧାରଣ ପନ୍ଥା ନିର୍ମାଣ କରୁଛି ଏବଂ ରାଷ୍ଟ୍ରର ମାନବ ସମ୍ବଳ ସୂଚକାଙ୍କରେ ବୃଦ୍ଧି କରାଉଛି । ଗ୍ରୁପ୍‌ର ସିଏସଆର ଦୂରଦୃଷ୍ଟି ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ନିମନ୍ତେ ୟୁଏନଏସଡିଜି ଲକ୍ଷ୍ୟସମୂହ ଅନୁରୂପ ହୋଇଛି ।