କନକ ବ୍ୟୁରୋ: ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍’ ଭିତରର ସତ୍ୟତା କ’ଣ ତାହା ବଖାଣିଛନ୍ତି ଅଭିନେତ୍ରୀ ତଥା ମଡେଲ ମିନି ମାଥୁର । ଏହି ଶୋ’କୁ ନେଇ ବଡ ଖୁଲାସା କରଛନ୍ତି ମିନି ମାଥୁର । ଏହି ରିଆଲିଟି ଶୋ’ରେ କିଛି ବି ରିଆଲିଟି (ସତ୍ୟତା) ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ହୋଷ୍ଟ ଦାୟିତ୍ୱରୁ ସେ କାହିଁକି ଫେରିଆସିଲେ ସେକଥା ମଧ୍ୟ ସେ କହିଛନ୍ତି ।

Advertisment

ମିନି ମାଥୁର ‘ଇଣ୍ଡିଆନ୍ ଆଇଡଲ’ର ଲଗାତାର ୬ଟି ସଜିନକୁ ହୋଷ୍ଟ କରିଛନ୍ତି । ହେଲେ ହଠାତ୍ ଏହି ଶୋ’କୁ ଛାଡିଦେଲେ ଏବଂ ଶୋ’ କାହିଁକି ଛାଡିଲେ ତାହା ମଧ୍ୟ ଏକ ସାକ୍ଷାତକାରରେ କହିଛନ୍ତି ମିନି । ତାଙ୍କ କହିବା କଥା ଏହି ରିଆଲିଟି ଶୋ’ ଲୋକଙ୍କର ବେଶ୍ ପ୍ରିୟ । ଏହା ମ୍ୟୁଜିକ୍ ଇଣ୍ଡଷ୍ଟ୍ରିକୁ ଅନେକ କଣ୍ଠଶିଳ୍ପୀ ଦେଇଛି । ହେଲେ ଏବେ ଏଥିରେ କିଛି ସତ୍ୟତା ନାହିଁ । ଥରେ ତାଙ୍କୁ ଶୋ’ର ପ୍ରଯୋଜକ କହିଥିଲେ ଯେ, ଏପରି ଏକ ମୋମେଣ୍ଟ ଅସିବ ଯେଉଁଥିରେ କଣ୍ଟେଷ୍ଟାଣ୍ଟ ତା’ର ଜଣେ ସମ୍ପର୍କୀୟଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବ । ହେଲେ ତାହା ମିଛ ଥିଲା । କଣ୍ଟେଷ୍ଟାଣ୍ଟଙ୍କୁ ଜଣାଥାଏ ଯେ ତାଙ୍କ ସମ୍ପର୍କୀୟ ଆସୁଛନ୍ତି । ତେଣୁ ଶୋ’ରେ ଦର୍ଶକଙ୍କୁ ଯାହା ଦେଖାଯାଉଛି ତାହା ଅନେକାଂଶରେ ସ୍କ୍ରିପ୍ଟେଡ୍ ଏବଂ ମିଛ । ତେଣୁ ଅନେକ ଦିନ ଶୋ’ରେ କାମ କରିବା ପରେ ଏପରି ସବୁ ମିଛ କଥା ପସନ୍ଦ ନଆସିବାରୁ ବାଧ୍ୟ ହୋଇ ଶୋ’ ଛାଡିବାକୁ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି ମିନି ମାଥୁର ।