ଘରେ ମିନି ଜଙ୍ଗଲ : ୮ଶହ ବର୍ଗଫୁଟରେ ୪ ହଜାର ଗଛ, ୧୫୦ରୁ ଉର୍ଦ୍ଧ୍ୱ ବିରଳ ପ୍ରଜାତି

287

କନକ ବ୍ୟୁରୋ :  ସୃଷ୍ଟିକର୍ତ୍ତା ସ୍ୱଚ୍ଛ ବାୟୁ, ଜଳ, ସୂର୍ଯ୍ୟକିରଣ, ସବୁଜିମାରେ ସଜାଇଦେଇଛନ୍ତି ପ୍ରକୃତିକୁ ରାଣୀକୁ । ଏସବୁକୁ ଆଧାର କରି ବଂଚିଛି ମାନବ । ପ୍ରକୃତି ବଂଚିଲେ ମଣିଷ ବଂଚିବ । ଏହାକୁ ହୃଦୟଙ୍ଗମ କରି ଏହାର ସଂରକ୍ଷଣ ଦିଗରେ ଆଗେଇ ଆସିଛନ୍ତି ମଧ୍ୟପ୍ରଦେଶ ଭୋପାଳର ବାସିନ୍ଦା ସାକ୍ଷୀ ଭରଦ୍ୱାଜ । ଗଛ ଲଗାଇବାକୁ ବିସ୍ତ୍ୃତ ଜାଗା ନଥିଲେ କଣ ହେଲା, ସହରର କଂକ୍ରିଟ ଦୁନିଆରେ ସେ ସୃଷ୍ଟି କରିପାରିଛନ୍ତି ଏକ ସବୁଜ ବଳୟ , ଯାହା ସ୍ଥାନୀୟ ଲୋକ ସହ ପୂରା ଭାରତ ବାସୀଙ୍କ ଠାରୁ ପାଇଛି ଆଦୃତି ।

କରୋନା ସମୟରେ ଅମ୍ଳଜାନର ଯେପରି ସଙ୍କଟ ଦେଖାଗଲା ତାକୁ ପରବର୍ତ୍ତୀ ସମୟରେ ମଧ୍ୟ ଏଡାଇ ଦିଆଯାଇନପରେ । ଏପରି ସ୍ଥିତିରେ ସ୍ମାର୍ଟ ସିଟି ବାସିନ୍ଦାଙ୍କୁ ସେ ଏକ ନୂଆ ଦିଗ ଦେଖାଇଛନ୍ତି । ବର୍ତ୍ତମାନ ବିକାଶ ନାଁରେ ଆଖିବୁଜା ଗଛକଟା ଚାଲିଥିବାବେଳେ ପ୍ରକୃତି ସଂରକ୍ଷଣ ପାଇଁ ସାକ୍ଷୀ ଆଣିଛନ୍ତି ଏକ ବିକଳ୍ପ ବ୍ୟବସ୍ଥା । ନିଜ ଘର କାନ୍ଥରେ ସୃଷ୍ଟି କରିଛନ୍ତି ‘ଅର୍ଗାନିକ୍ ଗାର୍ଡେନିଙ୍ଗ’ । ବଡ ଗଛ ନହେଲେ ବି ଛୋଟଛୋଟ ଗଛ ଗୁଡିକୁ ଲଗାଇ ଘର ଚାରିପଟେ ଅମ୍ଳଜାନର ସ୍ତରକୁ ସନ୍ତୁଳିତ ରଖିବାକୁ ଆରମ୍ଭ କରିଛନ୍ତି ଏହି ଅଭିନବ ବ୍ୟବସ୍ଥା ।

ମଧ୍ୟପ୍ରଦେଶର ଭୋପାଳରେ ରହୁଥିବା ୨୬ ବର୍ଷିୟା ସାକ୍ଷୀ ମାନସରୋବର ଗ୍ଲୋବାଲ ବିଶ୍ୱବିଦ୍ୟ।।ଳୟରେ ଆସିଷ୍ଟାଣ୍ଡ ଫ୍ରଫେସର ଭାବେ କାର୍ଯ୍ୟରତ । ସାକ୍ଷୀ ଏହି ଭର୍ଟିକାଲ ଅଗ୍ରାନିକ୍ ର୍ଗାଡେନ୍କୁ ୨୦୧୮ରେ ଆରମ୍ଭ କରିଥିଲେ । ନିଜ ୮୦୦ ବର୍ଗ ଫୁଟ ଜାଗାରେ ଲାଗାଇଛନ୍ତି ୪ଶହ ପ୍ରଜାତିର ୪୦୦୦ ଗଛ । ଏଥିରୁ ୧୪୦ ପ୍ରକାର ଗଛ ବିଦେଶରୁ କିଣିଛନ୍ତି, ଯାହା ଭାରତୀୟ ପାଣିପାଗରେ ବଞ୍ଚିରହିବା କଷ୍ଟକର । ଏଥିପାଇଁ ସେ କୃତ୍ରିମ ପ୍ରକ୍ରିୟାରେ ବାତାବରଣ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ପ୍ଲାଣ୍ଟର ଭାବେ ନେଇଛନ୍ତି ଅଦରକାରୀ ପ୍ଲାଷ୍ଟିକ ଡବା ଓ ଶୁଖିଲା ପଇଡ।ଶୁଖିଲା ପଇଡକୁ ପ୍ଲାଣ୍ଟର ଭାବେ ନେବାର କାରଣ ମଧ୍ୟ ସେ କହିଛନ୍ତି । ପଇଡ ଖୋଳପା ଜଳୀୟ ଅଂଶକୁ ଅଧିକ ସମୟ ଧରି ରଖିପାରେ । ଫଳରେ ଗଛ ଗୁଡିକୁ ୩ ଦିନ ଯାଏଁ ପାଣି ଦେବାକୁ ପଡେନାହିଁ । ଏହି ପ୍ଲାଣ୍ଟାରରେ ସେ ବିଶେଷ କରି ସ୍ନେକ୍ ପ୍ଲାଂଟ, କ୍ୟାକ୍ଟସ୍, ଲିଲି ଓ ଅନ୍ୟ ଟ୍ରପିକାଲ ଗୁଳ୍ମ ଗୁଡିକୁ ଲଗାଇଛନ୍ତି । ପ୍ରକୃତି ବଂଚିଲେ ଆମେ ବଂଚିବା । ନହେଲେ ପ୍ରକୃତିର ଧ୍ୱଂସ ସ୍ତୁପ ଉପରେ ବସି କାନ୍ଦିଲାବେଳକୁ ଆଉ କିଛି ନଥିବା । ଗଛ ଲଗାଅ ଜୀବନ ବଂଚାଅ । ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ସାକ୍ଷୀଙ୍କ ଭର୍ଟିକାଲ କାର୍ଗେନ୍ ସମସ୍ତଙ୍କୁ ଦେଉଛନ୍ତି ସବୁଜ ବାର୍ତ୍ତା ।