କନକବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ । ମୁତ୍ୟୁ ପୋଲିଂ କର୍ମଚାରୀଙ୍କ ନାମ ଅଲେଖ ରନ୍ଧାରୀ ।ନିର୍ବାଚନ କାମରେ ଆସିଥିବା ବେଳେ ବସରୁ ଓହ୍ଲାଇ ଚାଲିଚାଲି ଯାଉଥିବା ସମୟରେ ପଛପଟୁ ବାଇକ ଧକ୍କା ଦେବା ଫଳରେ ତାଙ୍କର ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ପରେ ତାଙ୍କୁ ସଂଙ୍ଗେ ସଂଙ୍ଗେ ଉମରକୋଟ ଚିକିତ୍ସାଳୟକୁ ନିଆଯାଇଥିଲା । ହସପିଟାଲ ଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

Advertisment

ଦୁର୍ଘଟଣା ପରେ ସେ ଗୁରୁତର ଅବସ୍ଥାରେ ଥିଲେ । ସେପଟେ ଦିଗପହଣ୍ଡିରେ ବସ୍ ଦୁର୍ଘଟଣା । ଚିକିଟି ବ୍ଲକ ପିତାତଳି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମିନି ବସ୍ । ଦୁର୍ଘଟଣାରେ ଦୁଇ ଜଣ ପୋଲିଂ ଅଧିକାରୀ ଆହତ ହୋଇଥିବା ସୂଚନା । ଆହତମାନଙ୍କୁ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ନିର୍ବାଚନ ପାଇଁ ପୋଲିଂ ପାର୍ଟିି ନେଇ ବ୍ରହ୍ମପୁରରୁ ପାତ୍ରପୁର ଯାଉଥିବା ବେଳେ ବସ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସରେ ଥିଲେ ୧୫ ଜଣ ଅଧିକାରୀ ।

ମେ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଆସୁଥିବା ୭ ବିଧାନସଭା ଆସନ ପାଇଁ ପଡ଼ିବ ଭୋଟ । ତେବେ ପୋଲିଂ ଅଧିକାରୀମାନେ ବୁଥ୍ କୁ ଯିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ।