କନକ ବ୍ୟୁରୋ: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ଓଏସଡିଏର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗଚି ଇସ୍ତଫା ଦେଇଛନ୍ତି । ଟ୍ୱିଟ ମାଧ୍ୟମରେ ସେ ତାଙ୍କର ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ତାଙ୍କ ଦ୍ୱାରା ସ୍ଥାପିତ ଆଇଟି କମ୍ପାନୀ ମାଇଣ୍ଡଟ୍ରିକୁ ଅଧିଗ୍ରହଣ କରିବା ଲାଗି ଏଲ ଆଣ୍ଡ ଟି ଉଦ୍ୟମ କରୁଛି । ଏଥିରୁ ମାଇଣ୍ଡଟ୍ରିକୁ ରକ୍ଷା କରିବା ଲାଗି କମ୍ପାନୀର ପ୍ରତିଷ୍ଠାତାମାନେ ଉଦ୍ୟମ କରୁଛନ୍ତିା
Mindtree has not been designed as an “asset” to be bought & sold. It is a national resource. It has a unique culture that humanizes the idea of business. It sets the standards of corporate governance. I need to be there in its time of difficulty. Hence the hard decision to return
— Subroto Bagchi (@skilledinodisha) March 17, 2019
ନିଜ ହାତରେ ଗଢିଥିବା କମ୍ପାନୀକୁ ଏଭଳି ସମୟରେ ଉଦ୍ଧାର କରିବା ଲାଗି ସେ ଓଏସଡିଏ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ବାଗଚି ଦର୍ଶାଇଛନ୍ତି । ବାଗଚିଙ୍କୁ ୨୦୧୬ ମସିହାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । ରାଜ୍ୟର ଯୁବବର୍ଗଙ୍କ ଦକ୍ଷତା ବିକାଶ କରି ସେମାନଙ୍କୁ ଦେଶ ବିଦେଶରେ ନିଯୁକ୍ତିକ୍ଷମ କରିବା ଲାଗି ରାଜ୍ୟ ସରକାର ଏହି ନିଯୁକ୍ତି ଦେଇଥିଲେ । ସୁବ୍ରତ ବାଗଚିଙ୍କୁ କ୍ୟାବିନେଟ ପାହ୍ୟା ବି ମିଳିଥିଲା ।